ଘରେ ବନାନ୍ତୁ ସେଓ ପକୋଡା , ଶରୀର ପାଇଁ ଲାଭଦାୟକ

ଦୁଇଟି ସେଓ, ବେସନ ୪ ଚାମଚ, ଚାଉଳଗୁଣ୍ଡ ଦୁଇଚାମଚ,ଆବଶ୍ୟକ ତେଲ ଡିପ୍ ଫ୍ରାଏ କରିବାକୁ ,ନାଲିଲଙ୍କା ଗୁଣ୍ଡ ଏକ ଚାମଚ,ଚାର୍ଟ ମସଲା ଏକ ଚାମଚ,ବେକିଂ ସୋଡା ଅଳ୍ପ ପରିମାଣର,ଲୁଣ ସ୍ବାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସେଓକୁ ପିସ୍ ଆକାରରେ କାଟି ଦିଅନ୍ତୁ। ପୁଣି ଏକ ପାତ୍ର ନିଅନ୍ତୁ ସେଥିରେ ବେସନ,ଚାଉଳଗୁଣ୍ଡ,ନାଲି ଲଙ୍କାଗୁଣ୍ଡ,ଚାର୍ଟମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ନା ପତଳା ଘୋଳ କରିବେ ନା ମୋଟା । ପୁଣି ଏକ ପ୍ୟାନ୍ରେ ତେଲ ପକାଇ ଗରମ କରନ୍ତୁ। ବଟରରେ ବେକିଂ ସୋଡା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ କଟାହୋଇଥିବା ସେଓକୁ ଘୋଳରେ ବୁଡ଼ାଇ ପ୍ୟାନ୍ରେ ପକାଇ ଡିପ୍ ଫ୍ରାଏ କରନ୍ତୁ। ଏହାକୁ ପେପର ନାପ୍କିନ୍ରେ କାଢ଼ି ଗରମ ଗରମ ପରଷନ୍ତୁ।

Share

Leave a Reply

Your email address will not be published. Required fields are marked *

four × 3 =