ପରିଣତ ବୟସରେ ଜାପାନର ମହିଳାମାନେ କାହିଁକି ରହିଥାନ୍ତି ଫିଟ, ଜାଣନ୍ତୁ… 

ଆମେ ସମସ୍ତେ ଜାଣୁ ଜାପାନର ସମସ୍ତ ମହିଳା କେତେ ସୁନ୍ଦର ଏବଂ ଫିଟ୍। ସେମାନେ ଯେତେ ବୟସ୍କ ହେଲେ ମଧ୍ୟ ତାଙ୍କ ଫିଟନେସ୍ ସବୁବେଳେ ବଜାୟ ରହିଥାଏ। ଆଜି ଆମେ ଆପଣଙ୍କୁ ତାଙ୍କର ଫିଟନେସ୍ ଏବଂ ସୈାନ୍ଦର୍ୟ୍ୟର ରାଜ କହିବା।
ସେଠାରେ ସି-ଫୁଡ୍ ପ୍ରଚୁର ପରିମାଣରେ ଖିଆଯାଇଥାଏ। ଏହା ବ୍ୟତୀତ ଚାଲୁ ଚାଲୁ ଖାଇବାକୁ ସେଠାକାର ଲୋକେ ଭୁଲ୍ ବୋଲି କହିଥାଆନ୍ତି। ଖାଦ୍ୟ ପ୍ରସ୍ତୁତ କରିବାବେଳେ ସେମାନେ ସିଝା ଖାଦ୍ୟ ଖାଇଥାଆନ୍ତି ଏବଂ ସୁପ୍ ପିଇଥାଆନ୍ତି। ସେମାନେ କଞ୍ଚା ସୁଶୀ ଖାଇଥାଆନ୍ତି ଏବଂ ଏହା ଚାଉଳ ସହ କିମ୍ବା ସି-ବିଡ ସହ ଖିଆଯାଇଥାଏ। ଜାପାନରେ ଲୋକେ ବହୁତ କମ୍ ଖାଦ୍ୟ ଖାଇଥାଆନ୍ତି। ସେଠାକାର ମହିଳାମାନେ ଚାଲିବାକୁ ବେଶୀ ଭଲ ପାଇଥାଆନ୍ତି। ଜାପାନରେ ଲୋକେ ମାର୍ଶାଲ ଆର୍ଟକୁ ବେଶୀ ଫଲୋ କରନ୍ତି। ଏଠାକାର ପୁରୁଷ ଏବଂ ମହିଳାମାନେ ପ୍ରତିଦିନ କିଛି ନା କିଛି ଖେଳରେ ସାମିଲ ହୋଇଥାଆନ୍ତି। ଜାପାନରେ ଲୋକେ ଉଷୁମ ପାଣିରେ ଗାଧୋଇ ଥାଆନ୍ତି ଯାହା ତ୍ବଚାରେ ସୈାନ୍ଦର୍ୟ୍ୟ ଆଣି ଦେଇଥାଏ।
Share

Leave a Reply

Your email address will not be published. Required fields are marked *

4 × three =