ଲୁଣ ପାଣିରେ ଗାଧୋଇବା ଶରୀର ପାଇଁ ଉପକାରୀ, କେମିତି ଜାଣନ୍ତୁ…

ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ଆପଣ ତ ନିଶ୍ଚୟ ଜାଣିଥିବେ ଯେ ଆୟୋଡିନ୍ୟୁକ୍ତ ଲୁଣ ଖାଇବା ଶରୀର ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି, ଲୁଣ ପାଣିରେ ଗାଧୋଇଲେ ଶରୀରକୁ ଖୁବ୍ ଉପକାର ମିଳେ?
ଏବେ ଆସନ୍ତୁ ଜାଣିବା, ଲୁଣ ପାଣିରେ ଗାଧୋଇବା ଶରୀର ପାଇଁ କେମିତି ଉପକାରୀ।
୧. ଲୁଣପାଣିରେ ଗାଧୋଇଲେ ଶରୀର କ୍ଳାନ୍ତି ଦୂର ହୁଏ ଓ ଚିନ୍ତାରୁ ମୁକ୍ତି ମିଳିଥାଏ। ରାତିରେ ଭଲ ନିଦ ହୁଏ। ଏହା ସହ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୋଇଥାଏ।
୨. ଯଦି ଆପଣଙ୍କ ଆଣ୍ଠୁ ଓ ଗଣ୍ଠି ଦରଜ ହେଉଛି, ତେବେ ଲୁଣ ମିଶା ଯାଇଥିବା ପାଣିରେ ଗାଧଆନ୍ତୁ। ଖୁବ୍ ଶୀଘ୍ର ଯନ୍ତ୍ରଣାରୁ ଉପଶମ ମିଳିବ।
୩. ସେହିପରି ଲୁଣା ମିଶାଯାଇଥିବା ପାଣିରେ ଗାଧୋଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
୪. ଲୁଣ ପାଣିରେ କେଶ ଧୋଇଲେ, କେଶରେ ଥିବା ବ୍ୟାକ୍ଟେରିଆ ମରିଯା’ନ୍ତି। ଫଙ୍ଗଲ୍ ଇନଫେକ୍ସନ୍ କି ରୁପି ହୋଇ ନ ଥାଏ। ଏହା ସହ କେଶ ମଧ୍ୟ ଚମକିଥାଏ।
୫. ଯଦି ଆପଣ ତ୍ୱଚା ସଂକ୍ରମଣଜନିତ ରୋଗରେ ପୀଡ଼ିତ, ତେବେ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ପକାଇ ଗାଧଆନ୍ତୁ। ଏପରି କରିବା ଦ୍ୱାରା କାଛୁ ଓ କୁଣ୍ଡିଆଜନିତ ରୋଗରୁ ସୁରକ୍ଷା ମିଳିଥାଏ।
୬. ଲୁଣ ପାଣିରେ ଗାଧୋଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ। କେବଳ ଏତିକି ନୁହେଁ, ଲୁଣ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା ନମନୀୟ ରୁହେ।

Share

Leave a Reply

Your email address will not be published. Required fields are marked *

13 + fourteen =