ଝଡି ଯିବା ପରେ ବି ମୁଣ୍ଡରେ ଉଠିବ କେଶ , ଜାଣନ୍ତୁ କିପରି

ଆଗରୁ ବୟସାଧିକ୍ୟ କାରଣରୁ ଲୋକଙ୍କ ମୁଣ୍ଡରୁ ଚୁଟି ଝଡି ଚନ୍ଦା ହେଉଥିଲା । ହେଲେ ଏବେ ଯୁବାବସ୍ଥାରେ ବି ଲୋକେ ଚନ୍ଦା ହେବାରେ ଲାଗିଛନ୍ତି। ଯାହା କି ଚିନ୍ତାଜନକ ପାଲଟିଛି। ମୁଣ୍ଡରୁ ଚୁଟି ଝଡି ଲୋକେ କେତେବେଳେ ଚନ୍ଦା ହୋଇ ଯାଉଛନ୍ତି ତାହା ସହଜରେ ଜାଣିବି ପାରୁନାହାନ୍ତି। ଯଦି ଆପଣବି ଏମିତି ସମସ୍ୟାରେ ଆକ୍ରାନ୍ତ ତେବେ ଆସନ୍ତୁ ଜାଣିବା କିପରି ମୁକ୍ତି ପାଇବେ ସମସ୍ୟାରୁ । ଏମିତି ଏକ ଉପାୟ ରହିଛି ଯେଉଁଥିରେ ନା ଆପଣଙ୍କ ଚୁଟି ଝଡିବ ବରଂ ଚୁଟି ଝଡି ଚନ୍ଦା ହୋଇଯାଇଥିବା ସ୍ଥାନରେ ନୂଆ ଚୁଟି ଉଠି ଆପଣଙ୍କୁ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଓ ତାହା ବି କମ୍ ଖର୍ଚ୍ଚ ଓ ସମୟରେ। ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଜିରା ହିଁ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତ କରିବ।

ଏଥିପାଇଁ ଗୋଟା ଜିରା ନୁହେଁ ଜିରା ତେଲ ଆବଶ୍ୟକ। ଏକ ଛୋଟ ଚାମଚ ଜିରା ତେଲ ସହ ଏକ ବଡ ଚାମଚ ଅଲିଭ ଅଥବା ନଡିଆ ତେଲ ମିସାଇ ମୁଣ୍ଡରେ ଭଲକରି ମାସେଜ୍ କରନ୍ତୁ। ମୁଣ୍ଡରେ ଏହି ମିଶ୍ରଣ ଲଗାଇ ଅନୁନ୍ୟ ଅଧଘଣ୍ଟା ରଖି ପରେ ସାମ୍ପୁ ହେଉ ବା ସାବୁନରେ ସଫା କରି ଦିଅନ୍ତୁ। ଏହି ଭଳି ବାରମ୍ବାର କରିବା ପରେ ଦେଖିବା ମୁଣ୍ଡରୁ ଚୁଟି ଝଡିବା କମିଯିବା ସହ ନୂଆ ଚୁଟି ଉଠି ଚନ୍ଦା ହେଉଥିବା ସ୍ଥାନ ସବୁ ପୁରଣ ହୋଇ ଯାଇଥିବ ।

Share

Leave a Reply

Your email address will not be published. Required fields are marked *

12 − six =