ଲୁଣ ଏବଂ ସୋରିଷ ତେଲରେ କରନ୍ତୁ ତ୍ବଚାକୁ ପରିଷ୍କାର

ବଜାରରେ ଅନେକ ମହଙ୍ଗା ସ୍କ୍ରବ୍ ଏବଂ ଫେସଓ୍ବାଶ୍ ମିଳୁଛି କିନ୍ତୁ ଏହି ଫେସଓ୍ବାଶରେ ହାନିକାରକ କେମିକାଲ ରହିଛଇ ଯାହା ଆପଣଙ୍କ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ତେବେ ତ୍ବଚାକୁ ମଇଶ୍ଚରାଇଜ କରିବାର ଏକ ସହଜ ଉପାୟ ଯେଉଁଥିପାଇଁ ଆପଣଙ୍କୁ କେବଳ ସୋରିଷ ତେଲ ଏବଂ ଲୁଣ ଆବଶ୍ୟକ।

ଲୁଣରେ ପ୍ରଚୁର ମାତ୍ରାରେ ଖଣିଜ ତତ୍ତ୍ବ ଥାଏ ଯାହା ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଲୁଣରେ କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍,ପୋଟାସିୟମ ଏବଂ ସୋଡ଼ିୟମ ରହିଥାଏ। ଏହି ସମସ୍ତ ତତ୍ତ୍ବ ତ୍ବଚାରେ ଶୋଷିତ ହୋଇ ତ୍ବଚାକୁ ପୋଷଣ ଦେଇଥାଏ ଯାହା ଦ୍ବାରା କୋଶିକା ସୁସ୍ଥ ରହିଥାଏ ।

ଏକ ଚାମଚ ଲୁଣରେ ଅଧା ଚାମଚ ମହୁ ମିଶାନ୍ତୁ ଏବଂ ୫/୧୦ମିନିଟ୍ ପାଇଁ ପେଷ୍ଟ ଲଗାନ୍ତୁ । ଏହା ପରେ ତ୍ବଚାକୁ ଘଷିବା ପରେ ପାଣିରେ ଧୋଇ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିବ।

ସୋରିଷ ତେଲ ପ୍ରାକୃତିକ କ୍ଲିନଜରର କାମ କରିଥାଏ । ବାସ୍ତବରେ ସୋରିଷ ତେଲରେ ଭିଟାମିନ୍ ଇ ପ୍ରଚୁର ମାତ୍ରାରେ ଥାଏ ଯାହା ଆଣ୍ଟି ଏଜିଙ୍ଗ ଗୁଣ ପାଇଁ ତ୍ବଚାକୁ ବୃଦ୍ଧାବସ୍ଥାରୁ ରୋକିଥାଏ ଏବଂ ଚର୍ମକୁଞ୍ଚନକୁ ଦୂର କରିଥାଏ । ଏହା ବ୍ୟତୀତ ତ୍ବଚାକୁ ମଏଶ୍ଚରାଇଜ କରିଥାଏ ଯାହା ଦ୍ବାରା ତ୍ବଚାର ରୁକ୍ଷପଣ ଦୂର ହୋଇଥାଏ। ଏହା ବ୍ୟତୀତ ସୋରିଷ ତେଲ କଳା ଦାଗ ଏବଂ ବ୍ରଣକୁ ମଧ୍ୟ ଠିକ୍ କରିଥାଏ।

Share

Leave a Reply

Your email address will not be published. Required fields are marked *

4 − four =