କାର୍‌ ଡ୍ରାଇଭିଂ ଶିଖିବାକୁ ଚାହୁଁଥିଲେ, ଏହି ସାଧାରଣ ବିଷୟ ପ୍ରତିି ନିଶ୍ଚୟ ଧ୍ୟାନ ଦିଅନ୍ତୁ

କାର ଡ୍ରାଇଭିଂକୁ କଷ୍ଟକର ଭାବି କିଛି ଲୋକ ଡ୍ରାଇଭିଂ ଶିଖିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ଡ୍ରାଇଭିଂ ଶିକ୍ଷା କରିବା ଟିକେ ଜଟିଳ ହୋଇଥିଲେ ମଧ୍ୟ ଯଦି ଆପଣ କିଛି ଛୋଟ ଛୋଟ ବିଷୟ ପ୍ରତିଧ୍ୟାନ ଦେବେ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ କାର ଚଳାଇବା ଶିଖିପାରିବେ। ଆସନ୍ତୁ ଜାଣିବା କାର ଚଳାଇବା ଶିଖିବାର କେତେକ ସହଜ

ଟିପ୍ସ:

ସବୁବେଳେ ସାମ୍ନାକୁ ଦେଖନ୍ତୁ:
କାର୍‌ ଚଳାଇବା ବେଳେ ପ୍ରାୟତଃ ଲୋକମାନେ ଆଗକୁ ନଦେଖି ଷ୍ଟିୟରିଂ, ବ୍ରେକ୍‌, ଗିୟରକୁ ଦେଖିଥାନ୍ତି। ଫଳରେ ଦୁର୍ଘଟଣା ହେବା ଆଶଙ୍କା ବଢ଼ିଯାଇଥାଏ। ଏଣୁ କାର ଚଳାଇବା ବେଳେ ବା ଟର୍ଣ୍ଣିଂ ନେବା ବେଳେ ସର୍ବଦା ସାମ୍ନାକୁ ଦେଖନ୍ତୁ।

ସବୁବେଳେ ପୂରା କ୍ଲଚ୍‌ ଲଗାନ୍ତୁ:
ଅଧିକାଂଶ ଲୋକ ଡ୍ରାଇଭିଂ ଶିଖିବା ବେଳେ କ୍ଲଚ୍‌ ପୂରା ଲଗାଇନଥାନ୍ତି। ଏହାଦ୍ୱାରା ଗିୟର ବଦଳାଇବାରେ ସମସ୍ୟା ଦେଖାଦିଏ। ଏଣୁ ଗାଡ଼ି ଚଳାଇବା ବେଳେ ସର୍ବଦା ପୂରା କ୍ଲଚ୍‌ ଲଗାନ୍ତୁ।
ହାଲ୍‌କା ଭାବେ ଗିୟର ବଦଳାନ୍ତୁ:
ଗିୟରକୁ ସବୁବେଳେ ହାଲ୍‌କା ଭାବେ ବଦଳାନ୍ତୁ। ନଚେତ୍‌ ଗାଡ଼ିର ସ୍ପିଡ୍‌ ହଠାତ୍‌ ବଢ଼ିଯାଇପାରେ। ହାଲ୍‌କା ଭାବେ ଗିୟର ଲଗାଇବା ଦ୍ୱାରା ଆପଣ ସ୍ପିଡ୍‌ ହିସାବରେ ଗିୟର ବଦଳାଇପାରିବେ।
ପାଦ ପଞ୍ଝାରେ ଏକ୍ସିଲେଟର ଦବାନ୍ତୁ:
ଗାଡ଼ି ଚଳାଇବା ବେଳେ କେବେ ବି ଏକ୍ସିଲେଟର ଉପରେ ପୂରା ପାଦ ରଖନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇପାରନ୍ତି। ସବୁବେଳେ କାର ଚଳାଇବା ବେଳେ ପାଦର ପଞ୍ଝାରେ ଏକ୍ସିଲେଟର ଦବାନ୍ତୁ।

Share

Leave a Reply

Your email address will not be published. Required fields are marked *

fourteen + 2 =