ଅଭିନେତ୍ରୀ ହେବା କାରଣରୁ ମୁଁ ଇସଲାମଠାରୁ ଦୂରେଇ ଯାଉଛି : ଜାୟରା

ପ୍ରଥମ ଫିଲ୍ମ ଦଙ୍ଗଲ ସୁପରହିଟ୍ ହେବା ପରେ ଦଙ୍ଗଲ ଗର୍ଲ ଭାବରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ଜାୟରା ୱସିମ। । ଫିଲ୍ମରେ ଦମଦାର ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଜାୟରା ବହୁ ପୁରସ୍କାର ସହ ନ୍ୟାସନାଲ୍ ଆୱାର୍ଡ ମଧ୍ୟ ହାତେଇଥିଲେ ।

ହେଲେ ଏବେ ସବୁଦିନ ପାଇଁ ବଲିଉଡକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇସାରିଛନ୍ତି ଜାୟରା । ଏନେଇ ସୋସିଆଲ୍ ମଡିଆରେ ନିଜେ ଘୋଷଣା କରିଛନ୍ତି ଦଙ୍ଗଲ୍ ଗର୍ଲ । ଆଉ ଜାୟରାଙ୍କ ଏହି ବୟାନ୍ ବର୍ତ୍ତମାନ ବି ଟାଉନର ପାଲଟିଛି ହଟ୍ ଟପିକ୍ ।

ଜାୟରା ଲେଖିଛନ୍ତି , ୫ ବର୍ଷ ପୂର୍ବେ ମୁଁ ଏମିତି ଏକ ନିଷ୍ପତ୍ତି ନେଇଥିଲି ଯାହା ମୋର ଜୀବନର ଗତିପଥକୁ ବଦଳାଇଦେଇଥିଲା । ମୁଁ ବଲିଉଡରେ ପାଦ ରଖିଲି ଆଉ ଲୋକପ୍ରିୟତାର ରାସ୍ତା ମୋ ପାଇଁ ଖୋଲିଗଲା । ଧୀରେ ଧୀରେ ଯୁବପିଢିଙ୍କ ରୋଲ ମଡେଲ୍ ମଧ୍ୟ ହୋଇଗଲି । ତେବେ ୫ବର୍ଷର ଅଭିନୟରେ ପାଇଥିବା ପରିଚୟରେ ଖୁସି ନାହିଁ ମୁଁ । ଯଦିଓ ମୁଁ ଏଠି ଫିଟ୍ ହେଉଛି କିନ୍ତୁ ମୁଁ ଏଠାକାର ନୁହେଁ । ଏହା ଧାର୍ମିକ ଭାବନାକୁ ଆଘାତ ଦେଉଛି । ଏବଂ ଅଭିନେତ୍ରୀ ହେବା କାରଣରୁ ମୁଁ ଇସଲାମଠାରୁ ଦୂରେଇ ଯାଉଛି । ତେଣୁ ବଲିଉଡରୁ ମୁଁ ସମସ୍ତ ସମ୍ପର୍କ ଭାଙ୍ଗୁଛି ।

Share

Leave a Reply

Your email address will not be published. Required fields are marked *

9 + eight =