ମୁଁ କାହିଁକି ବାପାଙ୍କ ପାଇଁ ପ୍ରଚାର କରିବି?: ସୋନାକ୍ଷୀ

ଏକ ସାକ୍ଷାତକାରରେ ନିଜ ବାପାଙ୍କୁ ନେଇ ସୋନାକ୍ଷୀ ସିହ୍ନା ଏମିତି କଥା କହିଥିଲେ ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଜାଣିଛନ୍ତି ସେ କ’ଣ କହିଥିଲେ। ସେ କହିଥିଲେ ସେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ ପ୍ରଚାର କରନ୍ତି ନାହିଁ। କାହିଁକି ନା ତାଙ୍କ ବାପା ତାଙ୍କ ଫିଲ୍ମ ପାଇଁ ପ୍ରଚାର କରନ୍ତି ନାହିଁ।

  •  ଆପଣଙ୍କ ବାପାଙ୍କ ପାଇଁ ଆପଣକେବେ ପ୍ରଚାର କରିବାକୁ ଯିବେ?

ମୋତେ ଲାଗେ ନାହିଁ କି ବାପା ମୋଠାରୁ ଏହି ଆଶା ରଖୁଥିବେ କି ମୁଁ ପ୍ରଚାର କରିବାକୁ ଯିବି। କାରଣ ମୋତେ ରାଜନୀତିରେ କୌଣସି ଇଚ୍ଛା ନାହିଁ। ରାଜନୀତି ତାଙ୍କ କାମ, ଆଉ ଅଭିନୟ କରିବା ମୋ କାମ। ଯେତେବେଳେ ମୋର କୌଣସି ଫିଲ୍ମ ରିଲିଜ୍ ହୁଏ ସେତେବେଳେ ସେ ମୋ ପାଇଁ ପ୍ରଚାର କରିବାକୁ ଆସନ୍ତି ନାହିଁ । ମୁଁ କାହିଁକି ତାଙ୍କ ପାଇଁ ପ୍ରଚାର କରିବାକୁ ଯିବି।

  • ବଲିଉଡ୍ରେ ନିର୍ବାଚନର କ୍ରେଜ୍ ଖୁବ୍ ଦେଖିବାକୁ ମିଳୁଛି, ଏଥିରେ ଆପଣ କ’ଣ କହିବେ?

ଯଦି ଆପଣ ବଲିଉଡ୍ ଷ୍ଟାରଙ୍କ ଦ୍ୱାରା କୌଣସି ରାଜନେତାଙ୍କୁ ସପୋର୍ଟ କରୁଛନ୍ତି, ତେବେ ଏମିତି ତ ସବୁବେଳେ ହେଉଥାଏ। କାହିଁକିନା ସବୁବେଳେ କେହିନା କେହି କାହାକୁ ସପୋର୍ଟ କରୁଥାନ୍ତି। ଆଉ ଏଥରକ ଅନେକ ନେତାଙ୍କୁ ବିରୋଧ କରାଯାଉଛି। ତେବେ ଏହାର କାରଣ ହେଉଛି ଗତ ୫ ବର୍ଷରେ ଏମିତି କିଛି ହୋଇଥିବ ଯାହା ଲୋକଙ୍କୁ ଭଲ ଲାଗିନଥିବ। ତେଣୁ ସେମାନେ ବିରୋଧ କରୁଥାନ୍ତି।

Share

Leave a Reply

Your email address will not be published. Required fields are marked *

19 − 14 =