କାହିଁକି ହେଲା ନାରୀଜନ୍ମ ? ଜାଣନ୍ତୁ …

ନାରୀ ଜାତିକୁ ସୃଷ୍ଟି କରିବା ପୂର୍ବରୁ ଭଗବାନ ନିଜ ଦେବଦୂତଙ୍କୁ ପଚାରିଥିଲେ ଯେ ନାରୀଙ୍କଠାରେ ଏପରି କେଉଁ ଗୁଣ ରହିବା ଉଚିତ ଯାହା ପୁରୁଷଙ୍କଠୁ ଭିନ୍ନ ହେବ। ଏଥିପାଇଁ ଉଭୟେ ମିଶି ଏକ ସାରଣୀ/ତାଲିକା କରିଥିଲେ। ନାରୀଙ୍କୁ ଏପରି ଗୁଣ ଦିଆଯାଇଥିଲା ଯେ ଏମାନେ ବଡ଼ ବଡ଼ ସଙ୍କଟରେ ମଧ୍ୟ ନିଜ ପରିବାରକୁ ହସି ହସି ସମ୍ଭାଳି ପାରିବେ। ନାରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ଦିଆଯାଇଥିଲା। ନାରୀଜାତିଙ୍କୁ ମମତା ଗୁଣ ମଧ୍ୟ ଦିଆଯାଇଥିଲା ଯାହା ଫଳରେ ସେମାନେ ନିଜ ପିଲାଙ୍କ ଯତ୍ନ ଭଲ ଭାବେ ନେଇପାରିବେ। ନାରୀଙ୍କୁ ପତିବ୍ରତା ଗୁଣ ଦିଆଯାଇଥିଲା। ଯାହା ଦ୍ବାରା ସେମାନେ ତାଙ୍କ ସ୍ବାମୀଙ୍କୁ ଖୁସିରେ ରଖିପାରିବେ।

ଯେତେବେଳେ ନାରୀର ଶରୀର ଗଠିତ ହେଲା ସେତେବେଳେ ଦେବଦୂତ ତାଙ୍କୁ ଛୁଇଁ ଦେଖିଥିଲେ ଏବଂ ଭଗବାନଙ୍କୁ କହିଥିଲେ ଯେ ଏହା ଅତ୍ୟନ୍ତ କୋମଳ। ଏହି କଥା ଶୁଣି ଭଗବାନ କହିଥିଲେ ଯେ ନାରୀଙ୍କ ମଧ୍ୟରେ ଏତେ ମାତ୍ରାରେ ଶକ୍ତି ଉପାର୍ଜିତ ହୋଇ ରହିଛି ଯେ ଯେତେବେଳେ ଜଣେ ନାରୀ ତା’ର ପ୍ରକୃତ ରୂପରେ ଆସିବ ପୂରା ବ୍ରହ୍ମାଣ୍ଡକୁ ଦୋହଲାଇ ଦେବ। ଭଗବାନ ଶ୍ରୀକୃଷ୍ଣ ନିଜ ଭାଗବତ ଗୀତାରେ କହିଛନ୍ତି ଯେ ‘‘ ଯିଏ ସ୍ତ୍ରୀଙ୍କୁ ତିରସ୍କାର କରିଥାଆନ୍ତି ତାଙ୍କୁ ସହସ୍ର ବର୍ଷ ଯାଏଁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।

Share

Leave a Reply

Your email address will not be published. Required fields are marked *

eighteen − 7 =