ମୋଦିଙ୍କ ଜୀବନୀ ଉପରେ ବୟୋପିକ୍, ମୋଦିଙ୍କ ଭୂମିକାରେ ଆସିବେ …

ବଲିଉଡ୍ରେ ପୁଣି ଏକ ବୟୋପିକ୍ । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ । ନୂଆ ବର୍ଷରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ପରଦାରେ ମୋଦିଙ୍କ ଭୂମିକାରେ ଆସିବେ ବିବେକ ଓବେରୟ । ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମର ସୁଟିଂ ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବ । ଶୁଣିବାକୁ ମିଳୁଛି ବିବେକ ତାଙ୍କ ଭୂମିକାରେ ଅଭିନୟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଫିଲ୍ମର ଟାଇଟଲ୍ ସ୍ଥିର ହୋଇ ନଥିବା ବେଳେ ଏଥଇରେ କିଏ ଅଭିନୟ କରିବେ ଏବଂ ନିର୍ଦ୍ଦେଶକ ଚୂଡ଼ାନ୍ତ ହୋଇ ସାରିଛନ୍ତି । ଓମଙ୍ଗ କୁମାର ଫିଲ୍ମର ନିର୍ଦ୍ଦେଶନା ଦେବେ ।
ପୂର୍ବରୁ ପରେଶ ରାଓ୍ଵଲ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ସୂଚନା ମିଳିଥିଲା । ଏ ନେଇ ସେ ପ୍ରସ୍ତୁତି ମଧ୍ୟ କରୁଥିଲେ । ଏମିତିକି ଏହି ଭୂମିକାରେ ତାଙ୍କ ଠାରୁ ଆଉ କେହି ଅଧିକ ଭଲ ଅଭିନୟ କରି ପାରିବେ ନାହିଁ ବୋଲି ମଧ୍ୟ ପରେଶ କହିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଭୂମିକା ପାଇଁ ବିବେକ ଓବେରୟଙ୍କୁ ବଛା ଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =