ମେ’ ରେ ବାହା ହେବେ ଏହି ଅଭିନେତା

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତା ବରୁଣ ଧାବନ ।ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ପରସ୍ପରକୁ ଲମ୍ୱା ସମୟ ଧରି ଡେଟ୍ କରୁଛନ୍ତି। 

ମିଳିଥିବା ସୂଚନା ଅନୁସାରେ ଏ ବର୍ଷ ମେ’ରେ ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଏକ ଗ୍ରାଣ୍ଡ ୱେଡିଙ୍ଗର ଯୋଜନା କରୁଛନ୍ତି, ଯାହା ସପ୍ତାହେ ପର୍ୟ୍ୟନ୍ତ ଚାଲିବ। ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପସନ୍ ରହିବ।

ଖବର ଏହା ମଧ୍ୟ ମିଳିଛି ଯେ ଗୋଆର କୌଣସି ବିଚ୍ କିମ୍ୱା ବଡ଼ ହୋଟେଲ୍ରେ ବିବାହ ହେବ। ବଡ଼ ବଡ଼ ଅଭିନେତାଙ୍କୁ ବିବାହରେ ସାମିଲ ହେବା ପାଇଁ ପୂର୍ବରୁ ଡେଟ୍ ରିଜର୍ଭ କରି ରଖିବା ପାଇଁ କୁହାଯାଇଛି। କିନ୍ତୁ ବରୁଣ ଓ ନତାଶାଙ୍କ ପରିବାର ବିବାହ କଥାକୁ ସିକ୍ରେଟ୍ ରଖୁଛନ୍ତି।

Share

Leave a Reply

Your email address will not be published. Required fields are marked *

two × 1 =