ବଲିଉଡର 10 ଅପକମିଙ୍ଗ ଷ୍ଟାରକିଡ଼

ମୁମ୍ବାଇ (): ବଲିଉଡରେ ବାପା ମା ହିରୋ ହିରୋଇନ ହେଲେ ପୁଅ ଝିଅ ବି ସିନେ ତାରକା ହେବାକୁ ଆଗ୍ରହ କରନ୍ତି । ଏମିତି ଏବେ ଜାହ୍ନବୀ, ଈଶାନ୍ ଖତ୍ତର, ଆଲିୟା ଭଟ୍ଟ, ସୁରଜ ପାଞ୍ଚୋଲି, ବରୁନ ଧଓ୍ବନ ବଲିଉଡରେ ନିଜ ଇନିଂସ ଆରମ୍ଭ କରିସାରିଲେଣି। ଏମିତି ଆଉ ୭ଜଣ ଷ୍ଟାରକିଡ ଏବେ ବଲିଉଡରେ ଖୁବଶୀଘ୍ର ନିଜ ଭାଗ୍ୟ ପରଖୀବାକୁ ଯାଉଛନ୍ତି।

ସେମାନଙ୍କ ଭିତରୁ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର । ସେ ବଲିଉଡରେ ଡେବ୍ୟୁ କରିସାରିଲେଣି। ତାଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଶୀଘ୍ର ବଲିଉଡରେ ନଜର ଆସିବେ।

ଦ୍ଵିତୀୟରେ କିଙ୍ଗ୍ ଖାନ୍ ଅର୍ଥାତ ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ । ସବୁ ଷ୍ଟାରକିଡଙ୍କ ଭଳି ତାଙ୍କୁ ମଧ୍ୟ କରଣ ଜୋହର ଲଞ୍ଚ କରିବେ। ତୃତୀୟରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। କିଙ୍ଗ ଖାନଙ୍କ ପୁଅ ବଲିଉଡରେ ପ୍ରବେଶ କରିବାକୁ ଯାଉଥିବାବେଳେ ଝିଅ ସୁହାନା ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ସଜବାଜ କରୁଛନ୍ତି। ତାଙ୍କର କିଛି ବୋଲ୍ଡ ଫଟୋ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ।

ଆଉ ଏକ ଖାନ୍ ପରିବାରର ସୁନ୍ଦରୀ ଏବଂ ସୈଫଙ୍କ ଜୀବନ ସାରା ଅଲ୍ଲୀ ଖାନ୍ ବହୁତ ଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ବର୍ତ୍ତମାନ କେଦାରନାଥର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ମଧ୍ୟ ଶିମ୍ବା ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ। ବଲିଉଡର ଅନ୍ୟତମ ସଫଳ ନାୟକ ସନ୍ନିଙ୍କ ପୁଅ କରଣ ଦେଓଲ ବହୁତ ଜଲଦି ପଲ ପଲ ଦିଲ କେ ପାସ ଫିଲ୍ବରେ ନଜର ବସିବେ। ଏହା ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ବୋଲି କୁହାଯାଉଛି।

ମୈନେ ପ୍ୟାର କିୟା ଫିଲ୍ମ ପରେ ନିଜ ସୁନ୍ଦର ହସ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଭାଗ୍ୟଶ୍ରୀ ଦୁଇ ତିନୋଟି ଫିଲ୍ମ ପରେ ବଲିଉଡରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅଭିମନ୍ୟୁ ଦଶାନୀ ବଲିଉଡରେ ମର୍ଦ କୋ ଦର୍ଦ ନହିଁ ହୋତା ଜରିଆରେ ପ୍ରବେଶ କରିବାକୁ ଯାଉଛନ୍ତି।

Share

Leave a Reply

Your email address will not be published. Required fields are marked *

16 + ten =