ଐଶ୍ୱର୍ୟ୍ୟାଙ୍କ ଅତୀତକୁ ନେଇ ଏକଜିଟ୍ ପୋଲ୍

ବିବାଦରେ ବଲିଉଡ୍ ଅଭିନେତା ବିବେକ ଓବରାଏ। ସୋସିଆଲ୍ ମିଡିଆରେ ତାଙ୍କର ଏକ ଟ୍ଵିଟ୍ ଏବେ ବିବାଦର ଝଡ଼ ସୃଷ୍ଟି କରିଛି। ନିର୍ବାଚନର ଓପିନିଅନ୍ ପୋଲ୍, ଏକଜିଟ୍ ପୋଲ୍ ଓ ରେଜଲ୍ଟକୁ ନେଇ ୩ଟି ବିବାଦୀୟ ଫଟୋ ଟ୍ଵିଟ୍ କରିଛନ୍ତି। ବିବେକ୍ ଯେଉଁ ମିମ୍ କୁ ସେୟାର କରିଛନ୍ତି ଏହାକୁ ନେଇ ଲୋକମାନେ ତାଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।

ବଲିଉଡ୍ ଆକ୍ଟର ସଲମାନ୍ ଖାନ୍ ,ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ଅଭିଶେକ୍ ବଚ୍ଚନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମିମ୍ କୁ ସୋସିଆଲ୍ ସାଇଟରେ ସେୟାର୍ କରିବା ଏବେ ତାଙ୍କୁ ମହଙ୍ଗା ପଡିଛି । ଏବେ ମହାରାଷ୍ଟ୍ରର ନ୍ୟାସନାଲ୍ କଂଗ୍ରେସ ପାର୍ଟି (ଏନସିପି) ବିବେକ୍ ଏଭଳି କାର୍ୟ୍ୟ ପାଇଁ ତାଙ୍କୁ କଡା ଆପତ୍ତି ଜଣାଇଛନ୍ତି । ଟ୍ୱିଟରେ ନିଜ ସହ ୪ ଜଣ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଜାକ୍ ଉଡାଇବା ପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି । ଏନସିପି ବିବେକଙ୍କ ଟ୍ୱିଟ୍ ଉପରେ ପ୍ରଶ୍ନ ଉଠାଇ ପଚାରିଛି ଯେ “ ଜଣେ ପଦ୍ମଶ୍ରୀ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଏଭଳି ଭାଷା ପ୍ରୟୋଗ କରିବା କେତେ ଯୁକ୍ତିଯୁକ୍ତ । ରାଷ୍ଟ୍ରୀୟ ତଥା ରାଜ୍ୟ ମହିଳା କମିଶନ୍ କ’ଣ କରୁଛି?”

ଐଶ୍ୱର୍ୟ୍ୟାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ଜଣେ ପ୍ରତିଷ୍ଠିତ ପରିବାରର ବୋହୂ । ବିନା କାରଣରେ ତାଙ୍କ ଅତୀତକୁ ଏଭଳି ମିଡିଆ ସାମ୍ନାରେ ଆଣିବାକୁ ନେଇ ଟ୍ରୋଲ୍ ହୋଇଛନ୍ତି ବିବେକ୍ ।ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମହାରାଷ୍ଟ୍ର ମହିଳା କମିଶନ । ବିବେକ ଓବରାଏଙ୍କୁ ନୋଟିସ୍ ଜାରି ହୋଇଛି।

Share

Leave a Reply

Your email address will not be published. Required fields are marked *

three − 1 =