ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ

ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍ରେ ୧୧ ପ୍ରକାର ହର୍ନ ବାଜିଥାଏ।
ଗୋଟିଏ ଛୋଟ ହର୍ନ: ଗୋଟିଏ ଛୋଟ ହର୍ନ ବାଜିବା ଅର୍ଥ ଟ୍ରେନ୍ଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି।

୨ଟି ଛୋଟ ହର୍ନ: ଟ୍ରେନ୍ ଡ୍ରାଇଭର ୨ଟି ଛୋଟ ହର୍ନ ମାରିଲେ ଏହାର ମାନେ ଟ୍ରେନ୍ ଚାଲିବା ପାଇଁ ରେଡ୍ଡି ହୋଇଯାଇଛି ଏବଂ ଡ୍ରାଇଭର ଟ୍ରେନ୍ ଗାର୍ଡଙ୍କୁ ସିଗ୍ନାଲ ବିଷୟରେ ପ୍ରଶ୍ନ କରୁଛନ୍ତି।

୩ଟି ଛୋଟ ହର୍ନ: ସାଧାରଣତଃ ଏହି ପ୍ରକାର ହର୍ନ ଖୁବ୍ କମ୍ ଶୁଣିବାକୁ ମିଳିଥାଏ। ୩ଟି ଛୋଟ ହର୍ନ ଆପତ୍କାଳୀନ ସ୍ଥିତିରେ ବଜାଯାଇଥାଏ। ଏହାର ଅର୍ଥ ଟ୍ରେନ୍ ଇଞ୍ଜିନକୁ କଣ୍ଟ୍ରୋଲ କରିବା ଲୋକୋ ପାଇଲଟଙ୍କ କଣ୍ଟ୍ରୋଲ ବାହାରେ। ଏହି ହର୍ନ ଟ୍ରେନ୍ ଗାର୍ଡ ପାଇଁ ଏକ ସଙ୍କେତ ଯାହାକୁ ସେ ତୁରନ୍ତ ରୋକିବ।

୪ଟି ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍ ଇଞ୍ଜିନ ଖରାପ ଅଛି ଏବଂ ଏହା ଆଉ ଆଗକୁ ଯିବା ସ୍ଥିତିରେ ନାହିଁ।

ଗୋଟିଏ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହାର ଅର୍ଥ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଡ୍ରାଇଭର ପାଇପ ସିଷ୍ଟମକୁ ଟେଷ୍ଟ କରିବା ପାଇଁ ଗାର୍ଡଙ୍କୁ ସଙ୍କେତ ଦେଉଛି।

୨ଲମ୍ବା, ୨ଛୋଟ ହର୍ନ: ଏହାର ଅର୍ଥ ଟ୍ରେନ୍ ଡ୍ରାଇଭର ଟ୍ରେନ୍କୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି।

ଲଗାତର ବା ଲମ୍ବା ହର୍ନ ବାଜିବା : ଏହି ପ୍ରକାର ହର୍ନ ପ୍ଲାଟ୍ଫର୍ମରେ ଛିଡ଼ାହୋଇଥିବା ଯାତ୍ରୀଙ୍କୁ ସତର୍କ କରିବା ପାଇଁ ବଜାଯାଇଥାଏ।

୨ଥର ରହି ରହି ବାଜୁଥିବା ହର୍ନ: ଏ ପ୍ରକାର ହର୍ନ କୌଣସି ଛକ ରାସ୍ତା ବା କ୍ରସିଂରେ ବଜାଯାଇଥାଏ। ଫଳରେ କେହି ରେଳ କ୍ରସିଂ ନିକଟକୁ ଆସିବେ ନାହିଁ।

୨ ଲମ୍ବା, ଗୋଟିଏ ଛୋଟ ହର୍ନ: ଏହି ହର୍ନ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ୍ ଗୋଟିଏ ଟ୍ରାକ୍ ବଦଳାଇ ଅନ୍ୟ ଟ୍ରାକ୍କୁ ଯାଇଥାଏ।

୨ ଛୋଟ, ଗୋଟିଏ ଲମ୍ବା ହର୍ନ: ଏପରି ହର୍ନ କେବଳ ୨ଟି ପରିସ୍ଥିତିରେ ବଜାଯାଇଥାଏ। ଯେତେବେଳେ କେହି ଚେନ୍ ଟାଣନ୍ତି ଏବଂ ଅନ୍ୟଟି ଗାର୍ଡ ଭାକ୍ୟୁମ୍ ପ୍ରେସର ବ୍ରେକ୍ ମାରିଲେ।

୬ ଥର ଛୋଟ ହର୍ନ : ଯେତେବେଳେ ଟ୍ରେନ୍ ଡ୍ରାଇଭରଙ୍କୁ କିଛି ଭିନ୍ନ ପ୍ରକାର ଆଭାସ ମିଳିଥାଏ ସେତେବେଳେ ଡ୍ରାଇଭର ଏହି ହର୍ନ ମାରିଥାନ୍ତି।

Share

Leave a Reply

Your email address will not be published. Required fields are marked *

10 − seven =