ଆଜି ସୋମବାର, କଣ କହୁଛି ରାଶିଫଳ ଜାଣନ୍ତୁ …

ମେଷ – ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଗୃହ ନିର୍ମାଣରେ ଆଗ୍ରହୀ ହେବେ । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ପ୍ରିୟ ଭାଷୀ ହେବେ । ଧନ ଓ ଯାନ ବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମିଳିପାରେ । ଖଳ ଲୋକମାନେ ଆପଣଙ୍କୁ ବିଚଳିତ କରିପାରନ୍ତି ।

ବୃଷ – ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୁପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କୃର୍ତ୍ତିକା ମୃଗଶିରା ନକ୍ଷତ୍ର ଜାତ ସାମାନ୍ୟ ଶୁଭଫଳ ମିଳିବ ।

ମିଥୁନ – ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଠାରେ ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଦ୍ୱିଗୁଣିତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନବାନ୍ ହେବେ ।

କର୍କଟ – ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭର ସୌଭାଗ୍ୟ ରହିଛି । ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଯାନ-ବାହନ ସୁଖ ମିଳିବ । ଉତ୍ତମ ବଚନରେ ପଟୁତା ପ୍ରଦର୍ଶନ କରିବେ ।

ସିଂହ – ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଯଥେଷ୍ଟ ପରିମାଣର ହେବ । ସର୍ବଦା ସମୃଦ୍ଧି ବହୁ ସହୃଦୟଙ୍କ ସାହାର୍ଯ୍ୟ ପାଇବେ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ ।

କନ୍ୟା – ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମୁହାଁ ମୁହିଁ ହୋଇ ଶତ୍ରୁକୁ ପରାସ୍ତ କରିବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ବୁଦ୍ଧିମାନ୍ ହେବେ । ଯାନ-ବାହନ ଜନିତ ସୁଖଭୋଗ କରିବେ । ସରକାରୀ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିବ ।

ତୁଳା – ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦୀର୍ଘଦିନର ଆଶା ପୂରଣ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର ମିତ୍ର ହେତୁକ ସୁଖ ଭୋଗ କରିବେ ।

ବିଛା – ବିଶାଖା ଓ ଜ୍ୟେଷ୍ଠ ନକ୍ଷତ୍ର ଜାତବ୍ୟକ୍ତି ଯୁଗ୍ମ ବ୍ୟବସାୟରେ ଲାଭବାନ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ସମଫଳ ପାଇପାରନ୍ତି ।

ଧନୁ – ପୂର୍ବାଷାଢା ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପରେ ନିର୍ଭରଶୀଳ ହେବେ । ଯଶ ଅର୍ଜନ କରିବେ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।

ମକର – ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରିୟ ଭାଜନ ହେବେ । ଉତ୍ତରାଷାଢା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଚକ୍ଷୁପୀଡା ଅନୁଭବ କରିପାରନ୍ତି ।

କୁମ୍ଭ – ଶତଭିକ୍ଷା ଓ ପୁର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ନାନା ସୁନ୍ଦର ବସ୍ତ୍ର ଲାଭ କରିପାରନ୍ତି । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି । ତେଜୀୟାନ୍ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଧନିଷ୍ଠାର ସାମାନ୍ୟ ଫଳ ।

ମୀନ – ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି । ସର୍ବଦା ବିନୟଭାବ ପ୍ରକାଶ କରିପାରନ୍ତି । ଗୁଣବାନ୍ ଓ ନୀତିଯୁକ୍ତ ହେବେ । ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି ।

Share

Leave a Reply

Your email address will not be published. Required fields are marked *

three × 5 =