ଟିକ-ଟକରୁ ବିଗ-ବସ

ମୁମ୍ବାଇ()  ଆରମ୍ଭ ହେବାକୁ ଯାଉଛି ବିଗ-ବସ ସିଜିନ ୧୩ । ତେବେ ସୋ’ର ନିର୍ମାତା ଏବେ ପ୍ରତିଯୋଗିଙ୍କୁ ବାଛିବାରେ ବ୍ୟସ୍ତ ଥିବା ବେଳେ ଏହାର ପ୍ରୋମୋ ମଧ୍ୟ ସୁଟ୍ ହୋଇ ସାରିଥିବା ଜଣା ପଡ଼ିଛି । ଏ ମଧ୍ୟରେ ଟିକ-ଟକ ଷ୍ଟାର ଗରିମା ଚୌରାସିୟାଙ୍କୁ ବିଗ୍ ବସ୍ ପକ୍ଷରୁ ଅଫର ମିଳିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ବେଳେ ଇନ୍ଷ୍ଟାରେ ସେୟାର କରାଯାଇଥିବା ଏକ ପୋଷ୍ଟରୁ ଏହା ସାମ୍ନାକୁ ଆସିଛି । ଇନ୍ଷ୍ଟା ପୋଷ୍ଟରେ ଗରିମାଙ୍କ ଫଟୋ ସହ ସେ ବିଗ୍ ବସ୍-୧୩ରେ ସେ ନଜର ଆସିବେ ବୋଲି ଲେଖାଯାଇଛି । ଟିକ-ଟକରେ ବହତ ହାର୍ଡ ବହତ ହାର୍ଡ ଗୀତରେ ଭିଡିଓ ତିଆରି କରି ଗରିମା ଏବଂ ତାଙ୍କର ଜଣେ ବନ୍ଧୁ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ସେଇ ଗୋଟେ ଭିଡିଓ ତାଙ୍କୁ ଲୋକପ୍ରିୟ କରାଇଥିଲା । ଏହା ପରେ ତାଙ୍କୁ ଏକ ମ୍ୟୁଜିକ୍ ଆଲବମ୍ ‘ମାଶଆହ୍ଲା’ରେ ଦର୍ଶକ ଦେଖିବାକୁ ପାଇଥିଲେ ।

Share

Leave a Reply

Your email address will not be published. Required fields are marked *

ten − five =