ଲୋକସଭା ନିର୍ବାଚନ ଲଢିବେ ତନୁଶ୍ରୀ

ରାଜନୀତି ମୈଦାନକୁ ଓହ୍ଲାଇବେ ତନୁଶ୍ରୀ ଦତ୍ତ । ଆଜ୍ଞା ହଁ, ଫିଲ୍ମରେ ଫ୍ଲପ୍ ହୋଇ ସାରିଥିବା ତନୁଶ୍ରୀ ଏବେ ରାଜନୀତିରେ କରିବେ ଭାଗ୍ୟ ପରୀକ୍ଷା । ଶୁଣିବାକୁ ମିଳୁଛି ଚଳିତ ଲୋକସଭା ନିର୍ବାଚନ ଲଢିପାରନ୍ତି ତନୁଶ୍ରୀ । ଚଳିତ ଥର ମୈଦାନକୁ ଓହ୍ଲାଇଛି ଝାରଖଣ୍ଡ ଜନମତ ପାର୍ଟି । ଆଉ ପାର୍ଟି ଇଛା ଯେ ତନୁଶ୍ରୀ ଜାମସେଦପୁର ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ହୁଅନ୍ତୁ ବୋଲି ।

ଜନମତ ପାର୍ଟିର ନେତା ସୂର୍ୟ୍ୟା ସିଂହ ବେସରାଙ୍କ କହିବା ଅନୁଯାୟୀ, ଜାମସେଦପୁରରୁ ସ୍କୁଲ ଶିକ୍ଷା ପୁରା କରିଛନ୍ତି ତନୁଶ୍ରୀ । ଏପରି କ୍ଷେତ୍ରରେ ସେ ସ୍ଥାନୀୟ ଲୋକଙ୍କୁ ଭଲ ଭାବରେ ବୁଝିପାରିବେ । ଏହା ସହ ଲୋକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ମଧ୍ୟ ତନୁଶ୍ରୀ । ଏସବୁକୁ ଆଖି ଆଗରେ ରଖି ତନୁଶ୍ରୀଙ୍କ ସହ କଥା ହୋଇଛି । ତନୁଶ୍ରୀ ସକାରାତ୍ମକ ଉତ୍ତର ଦେବେ ଆଶା କରିଛି ପାର୍ଟି ।

ସୂଚନାଯୋଗ୍ୟ ଫିଲ୍ମ କ୍ୟାରିୟରେ ସଫଳ ହୋଇପାରିନଥିଲେ ତନୁଶ୍ରୀ । କିନ୍ତୁ ତାଙ୍କ ପାଇଁ ବଲିଉଡରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ୧୯ ମାର୍ଚ୍ଚରେ ଜନ୍ମ ହୋଇଥିବା ତନୁଶ୍ରୀ ୨୦୦୪ରେ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ ଟାଇଟେଲ୍ ଜିତି ଥିଲେ । ଏହା ପରେ ତନୁଶ୍ରୀଙ୍କ ପାଇଁ ବଲିଉଡ୍ ରାସ୍ତା ସହଜରେ ଖୋଲିଯାଇଥିଲା । ହେଲେ ତାଙ୍କ ସହ ଏପରି କିଛି ହୋଇଯାଇଥିଲା ଯେଉଁଥି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଦୂରେଇ ଯାଇଥିଲେ ।

ଏହା ପରେ ପୁଣି ଥରେ ୨୦୧୮ରେ କମ୍ ବ୍ୟାକ୍ କରିଥିଲେ । ହେଲେ ଏକ ଚାଂଚଲ୍ୟକାର ଖୁଲାସା ସହ । ଏକ ସାକ୍ଷାତକାରରେ କହିଥିଲେ ଫିଲ୍ମ ହର୍ଣ୍ଣ ଓକେ ପ୍ଲିଜର ସୁଟିଂ ସେଟରେ ନାନା ପାଟେକର ତାଙ୍କ ସହ ଅସଦାଚରଣ କରିଥିଲେ । ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଫିଲ୍ମର ନିର୍ଦ୍ଦେଶକ ରାକେଶ ସାରଙ୍ଗ, ପ୍ରଜୋଯକ ଶମି ସିଦ୍ଦିକ ଏବଂ କୋରିଓଗ୍ରାଫର ଗଣେଶ ଓଲଟା ନିର୍ୟାତନା ଦେଇଥିଲେ । କେହି ସମର୍ଥନ ନକରିବାରୁ ଏହା ପରେ ଧୀରେ ଧୀରେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇଯାଇଥିଲେ ତନୁଶ୍ରୀ ।

Share

Leave a Reply

Your email address will not be published. Required fields are marked *

eleven − 4 =