ପରଦାରେ କାହିଁକି କିସିଂ ସିନ୍ କରନ୍ତି ନାହିଁ ଏହି ଅଭିନେତ୍ରୀ ଜାଣନ୍ତୁ …

ମୁମ୍ବାଇ() ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଅଭିନୟରେ ସେ ଅନେକ ପରୀକ୍ଷାନିରୀକ୍ଷା କରିଛନ୍ତି, କିନ୍ତୁ ଗୋଟିଏ କଥାକୁ ଏ ପର୍ୟ୍ୟନ୍ତ କରି ନାହାନ୍ତି। କ୍ୟାରିୟର ଆରମ୍ଭରୁ ତମନ୍ନା କିସିଂ ସିନ୍ କରିବେନି ବୋଲି ନିୟମ କରିଥିଲେ ଓ ତାହା ଏବେବି ବଜାୟ ରହିଛି।

ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ‘ମୁଁ ଫିଲ୍ମରେ କେବେ ବି କିସ୍ କରେନାହିଁ। ଯେବେଠାରୁ ମୁଁ କାମ କରିବା ଆରମ୍ଭ କରିଛି, ସେବଠାରୁ ଏହି ନିୟମରେ ରହି ଆସିଛି।”

ସେ ଆହୁରି ମଧ୍ୟ କହିଥିଲେ, “୧୩ ବର୍ଷ ବୟସରୁ ମୁଁ ଅଭିନୟ ଜୀବନ ଆରମ୍ଭ କରିଥିଲି। ସେହି ସମୟରେ କିଛି ଜିନିଷ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଯେଉଁଥିରୁ କିସିଂ ସିନ୍ ଗୋଟିଏ। ଏହି ନିଷ୍ପତ୍ତି ଏଯାବତ ବଜାୟ ରହିଛି।”

ନିକଟରେ ତମନ୍ନାଙ୍କ ଅଭିନୀତ ଫିଲ୍ମ ‘ସାୟରା ନରସିଂମା ରେଡ୍ଡୀ’ ରିଲିଜ୍ ହୋଇଛି। ଏହି ଫିଲ୍ମରେ ତାଙ୍କ ସହିତ ଦକ୍ଷିଣୀ ସୁପରଷ୍ଟାର ଚିରଞ୍ଜୀବୀ, ବିଜୟ ସେଥୁପଥି, ଅମିତାଭ ବଚ୍ଚନ, ରବି କିଶନ୍, ସୁଦୀପ୍ ଓ ନୟନତାରା ପରି କଳାକାର ଅଭିନୟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − 4 =