ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଅମ୍ଲାନଙ୍କ ସହ ଧମାଲ ମଚାଇବେ ସ୍ୱାତୀ

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର । ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକେ । ଓଡ଼ିଶାର ଘରେ ଘରେ ପରିଚିତ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଆସିବାକୁ ଯାଉଛି ନୂଆ ଫିଲ୍ମ । ଯାହାର ଟାଇଟଲ ରହିଛି ‘ଆସିବ ବର ତୋର’ । ଏଥିରେ ଓଲିଉଡର ଆକ୍ସନ ଷ୍ଟାର ଅମ୍ଳାନଙ୍କ ବିପକ୍ଷରେ ନାୟିକା ସାଜିବେ ସ୍ୱାତୀ । ପ୍ରଥମଥର ଲାଗି ଏମାନେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଯଦିଓ ସ୍ୱାତୀ ପୂର୍ବରୁ ଅନ୍ୟ ଏକ ଫିଲ୍ମରେ ଅଭିନୟ କରିଛନ୍ତି କିନ୍ତୁ ତାହା ଏଯାବତ ରିଲିଜ ହୋଇନାହିଁ । ଆଉ ଅମ୍ଲାନଙ୍କ ଭଳି ବଡ଼ କଳାକାରଙ୍କ ସହ ସେ ପ୍ରଥମଥର ଲାଗି କାମ କରିବାର ସୁଯୋଗ ପାଇଛନ୍ତି ।

ଫିଲ୍ମଟି ଓଡ଼ିଆ ଦର୍ଶକଙ୍କ ଫୁଲ ମନୋରଞ୍ଜନ କରିବା ସହ ସମସ୍ତେ ମିଶି ଉପଭୋଗ କରିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଲଭ ସାଙ୍ଗକୁ ଟ୍ରାଜେଡି ଏବଂ ଫ୍ୟାମିଲ ଡ୍ରାମାରେ ଭରପୁର ରହିଛି ଏହି ଫିଲ୍ମଟି । ସବୁଠାରୁ ବଡ଼ ହେଉଛି କି, ଫିଲ୍ମର ଗୀତ ଗୁଡ଼ିକ ବେଶ ହିଟ୍ ହେବ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମେଲୋଡି କିଙ୍ଗ ଅଭିଜିତ୍ ମଜୁମଦାର । ସେପଟେ ସଚ୍ଚିକାନ୍ତ ଜେନା ଏବଂ ବିନ୍ନି ପଟ୍ଟନାୟକଙ୍କ ପ୍ରଯୋଜନାରେ ଫିଲ୍ମଟି ନିର୍ମାଣ ହେବାକୁ ଥିବାବେଳେ ଦିଲ୍ଲୀପ ପଣ୍ଡା ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହାସହ କଲ୍ୟାଣ ବାରିକ ଏହାର ଉପଦେଷ୍ଟା ଥିବା ବେଳେ ଡଃ.ରଜନୀ ରଞ୍ଜନ ଏହାର ସଂଳାପ ରଚନା କରିଛନ୍ତି ।

କହି ରଖୁଛୁ କି, ସ୍ୱାତୀ ପୂର୍ବରୁ ୧୫ରୁ ଅଧିକ ମୁଜିକ ଭିଡିଓ କାମ କରିଥିବା ବେଳେ ‘ଅଟୋଗ୍ରାଫ’ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି । ଯାହାକି ଏବେ ରିଲିଜ ଅପେକ୍ଷାରେ ରହିଛି । ଆଉ ଏଭଳି ସମୟରେ ଆଉ ଏକ ବଡ଼ ବ୍ୟାନରେ ତାଙ୍କୁ ମିଳିଛି ସୁଯୋଗ । ‘କିଏ ହେବ ମୋ ହିରୋଇନ’ର ଅଡିସନରୁ କ୍ୟାରିୟର ଆରମ୍ଭ କରିଥିବା ସ୍ୱାତୀ ଏବେ ବଡ଼ ବ୍ୟାନରରେ କାମ କରିବାର ସୁଯୋଗ ପାଇଛନ୍ତି । ସେପଟେ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ନାୟକ ଅମ୍ଲାନ ଏକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଅମ୍ଲାନଙ୍କ ଅଭିନୀତ ‘ବଜରଙ୍ଗୀ’ ଦର୍ଶକଙ୍କ ମାହୋଲରେ ବେଶ ପ୍ରଂଶସା ସାଉଁଟିଥିଲା । ତେବେ ଏହି ଫିଲ୍ମଟି ସବୁ ରେକର୍ଡ କାଟିବା ସହ ସବୁ ବର୍ଗର ଦର୍ଶକଙ୍କ ମନମୋହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 1 =