ଭିନ୍ନ ଅବତାରରେ ସନୀ ଲିଓନୀ

ସବୁବେଳେ ବୋଲଡ ଆଉ ରୋମାଞ୍ଚର ଦୃଶ୍ୟରେ ଦୃଶ୍ୟମାନ ହେଉଥିବା ବଲିଉଡର ଚର୍ଚ୍ଚିତ ନାୟିକା ସନୀ ଲିଓନୀ ଏବେ ଏକ ଭିନ୍ନ ଅବତାରରେ ନଜର ଆସିବେ। ସେ ଏକ ଧାର୍ମିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ସିନେମା ବାହୁବଳୀକୁ ଟକ୍ଟର ଦେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ପୋଷ୍ଟର ରିଲିଜ ହୋଇଥିବା ‘ବୀରମହାଦେବୀ’ ଫିଲ୍ମରେ ସନୀଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ।

ରିଲିଜ୍‌ ହୋଇଥିବା ଏହି ପୋଷ୍ଟରେ ସନୀ ବହୁତ ରାଗି ଜଣାପଡ଼ୁଛନ୍ତି । ଆଉ ଏକ ପୋଷ୍ଟରରେ ଘୋଡ଼ା ଉପରେ ବସିଛନ୍ତି ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ତାଙ୍କ ପଛରେ ଅଛି ତାଙ୍କର ବିଶାଳ ସୈନ୍ୟ ବାହିନୀ । ସେ ଏହି ପୋଷ୍ଟରକୁ ନିଜ ଟ୍ବିଟର୍‌ ଆକାଉଣ୍ଟରେ ମଧ୍ୟ ସେ ସେୟାର କରିଛନ୍ତି । ସେ କହିଛନ୍ତି ଏହି ଭଳି ଭିନ୍ନ ଫିଲ୍ମ ପାଇଁ ବହୁତ ଅପେକ୍ଷା କରିଛନ୍ତି । ଏଥିପାଇଁ ତାଙ୍କୁ ଘୋଡ଼ା ଚାଳନା ସହିତ ତାମିଲ ଭାଷା ମଧ୍ୟ ଶିକ୍ଷିବାକୁ ପଡ଼ିଛି । ଫିଲ୍ମର ସୁଟିଂ ଏବେ ଜାରି ରହିଛି । ତେବେ ଏହା ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।  ଫିଲ୍ମରେ ନବଦୀପ ଖଳନାୟକ ଭୂମିକାରେ ନଜର ଆସିବେ ।

Share

Leave a Reply

Your email address will not be published. Required fields are marked *

five × 5 =