ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେୱଲଙ୍କ ଅଭିନୀତ ଗଦ୍ଦର ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ଗୁରୁ ଗମ୍ଭୀର ଭଏସ ସାଙ୍ଗକୁ ସନ୍ନି ଦେଓଲଙ୍କ ବଳିଷ୍ଠ ଅଭିନୟ ଆଜି ବି ସମସ୍ତଙ୍କ କାନରେ ଗୁଞ୍ଜରିତ ହେଉଛି । ତେବେ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ ଇଷ୍ଟାଗ୍ରାମ୍ ପେଜରେ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ଗଦ୍ଦର୍-୨’ ର ପୋଷ୍ଟର ଜାରି କରିଛନ୍ତି ।
ଅମିଶା ମଧ୍ୟ ନିଜ ଟ୍ୱିଟର ପେଜରେ ଏହି ଫିଲ୍ମ ପୋଷ୍ଟର ସେୟାର କରିଛନ୍ତି। ଦୁହେଁ ଏହି ପୋଷ୍ଟରରେ ‘ଗଦ୍ଦର୍-୨’ ବିଷୟରେ ଉଲ୍ଲେଖ କରିନଥିବା ବେଳେ। ଏହି ପୋଷ୍ଟରଟିରେ ଖାଲି ‘୨’ ଲେଖା ହୋଇଛି। ଏହି ପୋଷ୍ଟରୁ ଜଣାପଡୁଛି ଯେ ଏହି ଘୋଷଣା କେବଳ ଫିଲ୍ମ ସିକ୍ୱେଲ ସହିତ ଜଡିତ । ଏହି ପୋଷ୍ଟର ଆସିବା ପରେ ଅମିଶା ଓ ସନ୍ନି ଦେଓଲଙ୍କୁ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

Share

Leave a Reply

Your email address will not be published. Required fields are marked *

nineteen − 13 =