ନାସା ପୋଷ୍ଟ କଲା ସୂର୍ଯ୍ୟଙ୍କ ଅଦ୍ଭୁତ ରୂପ

ସୋସିଆଲ ମିଡିଆରେ ସୂର୍ୟ୍ୟଙ୍କର ଏକ ଫଟୋ ଭାଇରାଲ ହେଉଛି, ଯାହା ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ୍) ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ନାସା ପକ୍ଷରୁ କୁହାଯାଇଛି, ଏହି ଫଟୋ ନାସା ସୋଲାର ଡାଇନାମିକ୍ ଅବଜରଭେଟୋରି (ମହାକାଶରେ ବୁଲି ପ୍ରତି ମୁହୂର୍ତ୍ତରେ ସୂର୍ୟ୍ୟ ଉପରେ ନଜର ରଖୁଥିବା ସାଟେଲାଇଟ) ପକ୍ଷରୁ ୨୦୧୪ ଅକ୍ଟୋବର ୮ ରେ ଉଠାଯାଇଥିଲା। ସୂର୍ୟ୍ୟଙ୍କ ଏହି ଫଟୋ ହାଲୋବିନ୍ର (କଖାରୁରେ ନିର୍ମିତ ଲଣ୍ଠନ) ଚେହେରା ଦେଖାଯାଉଛି। ନାସା ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଅନେକ ଟୁଇଟର ୟୁଜର କୌତୂହଳପୂର୍ଣ୍ଣ କମେଣ୍ଟ ଦେଉଛନ୍ତି। ଏ ପର୍ୟ୍ୟନ୍ତ ଏହି ପୋଷ୍ଟକୁ ପ୍ରାୟ ୧୧ହଜାର ଲୋକ ଲାଇକ୍ କରିଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱ ରି-ଟୁଇଟ୍ କରାଯାଇଛି।

Share

Leave a Reply

Your email address will not be published. Required fields are marked *

5 × 5 =