କରୋନା ପାଇଁ ଲଣ୍ଡନରୁ ଫେରିଲେ ସୋନମ୍

ମୁମ୍ବାଇ()  କରୋନା ଭୟରେ ଲଣ୍ଡନରେ ଥିବା ସୋନମ୍ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଭାରତ ଫେରି ଆସିଛନ୍ତି।

ସୋଶାଲ ମିଡିଆରେ ମାସ୍କ ପିନ୍ଧି ଏକ ଫଟୋ ଓ ଭିଡିଓ ଶେଆର୍ କରି ସେ କହିଛନ୍ତି, ‘ସ୍ୱାମୀଙ୍କ ସହିତ ମୁଁ ଲଣ୍ଡନରୁ ଭାରତ ଫେରିଆସିଛି। ଏପରି ପରିସ୍ଥିତିରେ ମୁଁ ଘରକୁ ନଆସି ରହିପାରିଲି ନାହିଁ। ସମସ୍ତଙ୍କୁ ମୋର ଭଲ ପାଇବା ଜଣାଉଛି।’ ସୋନମ ଓ ତାଙ୍କ ସ୍ୱାମୀଙ୍କର କରୋନା ଭାଇଇସ୍ ନେଇ ସମସ୍ତ ପ୍ରକାର ପରୀକ୍ଷା କରିଥିଲେ। ଦୁହିଁଙ୍କଠାରୁ କରୋନା ସମ୍ପର୍କିତ କୌଣସି ଲକ୍ଷଣ ମିଳିନଥିଲା।

 

ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ୍ର ପ୍ରଭାବ ଯୋଗୁଁ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆନ୍ ସିନେ ଏମ୍ପ୍ଲୋଇଜ୍ (FWICE) ଏବଂ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡିରେକ୍ଟର ଆସୋସିଏସନ୍ (IFTDA) ପକ୍ଷରୁ ମାର୍ଚ୍ଚ ୧୯ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ କୌଣଲି ଫିଲ୍ମ, ଟିଭି ଶୋ’ ଓ ୱେବ ସିରିଜ୍ ଶୁଟିଂ ହେବ ନାହିଁ ବୋଲି ଗାଇଡ୍ ଲାଇନ୍ ଜାରି କରାଯାଇଛି।

Share

Leave a Reply

Your email address will not be published. Required fields are marked *

three × four =