ଲେସବିଆନ ଚରିତ୍ରରେ ସୋନମ୍

ରିଲିଜ ହୋଇଛି ଏକ ଲଡ୍କୀ କୋ ଦେଖା ତୋ ଐସା ଲଗାର ଆଉ ଏକ ଟ୍ରେଲର। ୧ ମିନିଟ ୪୨ ସେକେଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ସୋନମ କପୁରଙ୍କ ଭିନ୍ନ ପ୍ରେମ କାହାଣୀ। ଟ୍ରେଲରରୁ ଜଣାପଡୁଛି ଫିଲ୍ମଟି ଖଏଈଞ କମ୍ୟୁନିଟି ଉପରେ ଆଧାରିତ ଓ ଫିଲ୍ମରେ ଲେସବିଆନ ଚରିତ୍ରରେ ନଜର ଆସିବେ ସୋନମ୍। ରାଜକୁମାର ଓ ସୋନମ୍ଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଅଛି। ହେଲେ ସୋନମଙ୍କ ପରିବାର ସେମାନଙ୍କ ଭିତରେ ଆଫେୟାର ରହିଥିବା ଅନୁମାନ କରି ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି।
ହେଲେ ଶେଷରେ ଜଣାପଡୁଛି ଯେ ସୋନମ ରାଜକୁମାରଙ୍କୁ ନୁହେଁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି। ଏହା ଜାଣିବା ପରେ ସୋନମଙ୍କ ପରିବାର ଦୁଃଖରେ ଭାଙ୍ଗିପଡୁଛନ୍ତି। ସୋନମଙ୍କ ଏହି ପ୍ରେମକୁ ସ୍ୱୀକାର କରୁନାହାନ୍ତି। ଏମିତି ଭିନ୍ନ କାହାଣୀ ଦେଖିବାକୁ ମିଳିବ ଫିଲ୍ମ ଏକ ଲଡ୍କୀ କୋ କୋ ଦେଖା ତୋ ଐସା ଲଗା ରେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶେଲୀ ଧର। ଫେବ୍ରୁଆରୀ ୧ରେ ରିଲିଜ ହେବ ଐକ ଲଡ୍କୀ କୋ ଦେଖା ତୋ ଐସା ଲଗା।

Share

Leave a Reply

Your email address will not be published. Required fields are marked *

fifteen − 10 =