‘ସୂର୍ୟ୍ୟବଂଶୀ’ ପରେ ଏବେ ‘ସିଘଂମ-୩’

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସିଙ୍ଘମ ଫିଲ୍ମ ଦର୍ଶକଙ୍କ ମହଲରେ ବେଶ ଆଦୃଶ ହୋଇସାରିଛି । ୨ଟି ଯାକ ପାର୍ଟ ଅପୂର୍ବ ସଫଳତା ପାଇବା ପରେ ପାର୍ଟ ୩ ଖୁବଶୀଘ୍ର ପରଦାକୁ ଆସିବ । ସୂର୍ୟ୍ୟବଂଶୀ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ‘ସିଂଘମ୍-୩’ ତିଆରି କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏବେ ‘ସିଂଘମ୍-୩’କୁ ନେଇ ଚାରିଆଡେ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି । “ସିଂଘମ ରିଟର୍ଣ୍ଣସ୍” ର ସକ୍ସେସ୍ ପରେ ରୋହିତ୍ ପୁଣି ଏକ ବ୍ଲକବଷ୍ଟର୍ ଫିଲ୍ମ ତିଆରି କରିବା ପାଇଁ ଯୋଜନା କରୁଥିବାର ଖବର ସାମନାକୁ ଆସିଛି । ତେବେ “ସିଙ୍ଘମ-୩” ଫିଲ୍ମର ଶୁଟିଂ କାଶ୍ମୀରର କିଛି ରିୟଲ୍ ଲୋକେସନ୍ ରେ କରାଯିବ । ଫିଲ୍ମରେ ଅଜୟ ଦେବଗନ୍ ଶାନ୍ତି ପାଇଁ ଆଣ୍ଟି-ନ୍ୟାସନାଲ୍ ଏଲିମେଣ୍ଟଙ୍କ ସହ ଲଢ଼ୁଥିବା ନଜର ଆସିବେ । ତେବେ ଏହାକୁ ମଧ୍ୟ ପୋଲିସ୍ କପ୍ ସିରିଜ୍ ର ଏକ ଅଂଶ ବୋଲି କୁହାଯାଉଛି । ଫିଲ୍ମର ଡ୍ରାଫ୍ଟ ଉପରେ ଏବେ କାମ ଜାରି ରହିଥିବା ବେଳେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ଏହା ସତ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମର କନସେପ୍ଟକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ରହିଛନ୍ତି । କିନ୍ତୁ ଫିଲ୍ମ ନିର୍ମାତାଙ୍କ ଠାରୁ ଏନେଇ କୌଣସି ଅଫିସିଆଲ୍ ସୂଚନା ଦିଆଯାଇନାହି ।

Share

Leave a Reply

Your email address will not be published. Required fields are marked *

2 × 4 =