ବିଜେପିରେ ସାମିଲ ହେଲେ ସପନା

ଚଣ୍ଡୀଗଡ଼()  ଆଜି ବିଜେପିରେ ସାମିଲ ହୋଇଛନ୍ତି କଣ୍ଠଶିଳ୍ପୀ-ନୃତ୍ୟଶିଳ୍ପୀ ସପନା ଚୌଧୁରୀ | ଦିଲ୍ଲୀର ଜବାହାରଲାଲ ଷ୍ଟାଡିୟମରେ ଅନୁଷ୍ଠିତ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ସେ ସାମିଲ ହୋଇଛନ୍ତି | ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି | ତେବେ ଭାଜପା ସାରା ଦେଶରେ ସଦସ୍ୟତା ପାଇଁ ଅଭିଯାନ ଆରମ୍ଭ କରିଛି। ଏଥିରେ ପ୍ରାର୍ଥୀତ୍ବ ହାସଲ କରିଥିବା ସପନା ଦିଲ୍ଲୀର ପ୍ରଥମ ଅଟନ୍ତି। ଏହାପରେ ପୂର୍ବଦିଲ୍ଲୀରେ ବିଶାଳ ରୋଡସୋର ବ୍ୟବସ୍ଥା କରାଯାଇଥିଲା।

ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ସପନା ଆଜି ଦେଶର ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ମାତ୍ର ୧୨ ବର୍ଷ ବୟସରେ ଏହାକୁ ନିଜ ପେସା କରିଥିବା ସପନାଙ୍କର ଏବେ ଦେଶର ବିଭିନ୍ନ କୋଣରେ ପ୍ରଶଂସକ ରହିଛନ୍ତି |

Share

Leave a Reply

Your email address will not be published. Required fields are marked *

eighteen − six =