ପୁଣି ମା’ ହେଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସେ ଦ୍ୱିତୀୟ ଥର ମା’ ହେବା ନେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି। ଏହାସହ ଝିଅର ହାତ ସେ ଇନଷ୍ଟାଗ୍ରାମରେ ଶେୟାର କରି ଝିଅର ନାଁ ସମୀଷା ସେଟ୍ଟୀ ଦେଇଛନ୍ତି। ଫଟୋ ଶେୟାର କରି ଓମ୍ ଗଣେଶାୟ ନମଃ, ଆମ ପ୍ରାର୍ଥନାର ଆଜି ଫଳ ମିଳିଛି। ଆମ ଘରକୁ ଆଜି ଲିଟିଲ୍ ଆଞ୍ଜେଲ ଆସିଛି ବୋଲି ଶିଳ୍ପା କହିଛନ୍ତି। ୨୦୦୯, ନଭେମ୍ବର ୨୨ରେ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା।

Share

Leave a Reply

Your email address will not be published. Required fields are marked *

14 − 14 =