କାହିଁକି ଶ୍ମଶାନରେ ହିଁ କରାଯାଇଥାଏ ତନ୍ତ୍ରକ୍ରିୟା , ଜାଣନ୍ତୁ

ତନ୍ତ୍ର କ୍ରିୟାର ନାଁ ଶୁଣିବା କ୍ଷଣି ଆଖି ସାମନାରେ ହଠାତ୍ ଶ୍ବଶାନର ଚିତ୍ର ଆଙ୍କି ହୋଇ ଯାଇଥାଏ। ଜଳନ୍ତା ଚିତା ସାମନାରେ ବସିଥିବା ତାନ୍ତ୍ରିକ,ଅନ୍ଧାରିଆ ଏବଂ ନିସ୍ତବ୍ଧ ରାତି। ବାସ୍ତବରେ କାହିଁକି ଅଧିକାଂଶ ତନ୍ତ୍ର କ୍ରିୟା ଶ୍ମଶାନରେ କରାଯାଇଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ଏହି ତନ୍ତ୍ର ସାଧନା ଶ୍ବଶାନରେ କରାଯାଇଥାଏ।

ବାସ୍ତବରେ ଶ୍ମଶାନ ହେଉଛି ଏକ ଏପରି ସ୍ଥାନ ଯେଉଁଠାରେ ସକରାତ୍ମକ ଏବଂ ନକରାତ୍ମକ ଭଳି ଉଭୟ ପ୍ରକାରର ଶକ୍ତି ରହିଥାଏ। ଏଠାରେ ଅତ୍ୟନ୍ତ କଷ୍ଟରେ ନକରାତ୍ମକକୁ ସକରାତ୍ମକ ଶକ୍ତିରେ ପରିବର୍ତ୍ତିତ କରାଯାଇଥାଏ। ତନ୍ତ୍ର କ୍ରିୟା ସବୁ ପ୍ରକାରର ଶ୍ମଶାନରେ ହୋଇ ପାରିନଥାଏ। ତନ୍ତ୍ର ସିଦ୍ଧି ପାଇଁ ବିଶେଷ ପ୍ରକାରର ଶ୍ମଶାନ ରହିବା ଜରୁରୀ ହୋଇଥାଏ। ଏପରି ଶ୍ବଶାନ ଯାହା କଡ଼ରେ କୌଣସି ନଦୀ ରହିଥିବ ଏବଂ କୌଣସି ସିଦ୍ଧ ମନ୍ଦିର ଏହା ନିକଟରେ ଥିବ।

ତାନ୍ତ୍ରିକମାନେ ଏପରି ଶ୍ମଶାନରେ ତନ୍ତ୍ର ସାଧନା କରିବାକୁ ପସନ୍ଦ କରିଥାଆନ୍ତି ଯେଉଁଠାରେ ପ୍ରତିଦିନ ୨-୪ଟି ଶବ ପୋଡ଼ା ଯାଇଥାଏ। ଶ୍ବଶାନ କଡ଼ରେ ନଦୀ ରହିବା ଅତ୍ୟନ୍ତ ଆବଶ୍ୟକ କାରଣ ପାଣି ସୃଜନର ପ୍ରତୀକ ଅଟେ। ପାଣି ପବିତ୍ର ହେବା ସହିତ ଏହାକୁ ବ୍ରହ୍ମ ବୋଲି କୁହାଯାଇଥାଏ। ଶ୍ମଶାନ କଡ଼ରେ ନଦୀ ରହିବା ଦ୍ବାରା ସେଠାରେ ସକରାତ୍ମକ ଶକ୍ତି ରହିଥାଏ ଯାହା ସୃଜନଶୀଳତା ବଢ଼ାଇଥାଏ। ଶ୍ମଶାନ ସଂହାରର ପ୍ରତୀକ। ଏଠାରେ ନକରାତ୍ମକ ଶକ୍ତି ପ୍ରଚୁର ରହିଥାଏ।

Share

Leave a Reply

Your email address will not be published. Required fields are marked *

4 + 14 =