ଦୁର୍ଘଟଣାର ଶିକାର ହେଲେ ଶାବାନା ଆଜମୀ, ଗୁରୁତର ଭାବେ ଆହତ

ମୁମ୍ବାଇ()ବଲିଉଡ ଅଭିନେତ୍ରୀ ଶାବାନା ଆଜମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ଵେରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶବାନାଙ୍କ କାର ଏକ ଟ୍ରକରେ ଧକ୍କା ହେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ ପନଓ୍ଵେଲର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରରେ ଶବାନା ଆଜମୀଙ୍କ ସହିତ ତାଙ୍କ ସ୍ଵାମୀ ଜାଭେଦ ଅଖତର ମଧ୍ୟ ଥିଲେ। ମାତ୍ର ତାଙ୍କୁ କୌଣସି ଆଘାତ ଲାଗି ନାହିଁ।

ମୁମ୍ବାଇରୁ ପ୍ରାୟ ୬୦ କିଲୋମିଟର ଦୂର ଖାଲାପୁର ନିକଟରେ ଅପରାହ୍ନ ପ୍ରାୟ ସାଢେ ତିନିଟାରେ ଘଟିଛି। ତାଙ୍କ କାର ଏକ ଟ୍ରକକୁ ପଛପଟୁ ବାଡ଼େଇଛି। ଏଏନଆଇ ମୁତାବକ, ଦୁର୍ଘଟଣାରେ ଅନ୍ୟ ଜଣେ ଅଜଣା ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

nine + 10 =