ଶଙ୍କର ମହାଦେବନ ଗୀତକୁ କୋରିଓଗ୍ରାଫି କଲେ ହ୍ରିତିକ ରୋଶନ

ନୂଆଦିଲ୍ଲୀ : ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କ ଦ୍ୱାରା କମ୍ପଜ କରାଯାଇଥିବା ଗୀତ ‘ଏଂଥମ ଅଫ୍ ଦି ସିଜନ’ ରେ ପୁଣି ଥରେ ଧମାଲ ମଚାଇବେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ । ଦୀପାବଳୀ ଅବସରରେ ବଡ ଧମାକା କରିବ ଶଙ୍କର ମହାଦେବନ ଓ ହ୍ରିତିକଙ୍କ ଯୋଡୀ ।

ସବୁଠାରୁ ଖାସ୍ କଥା ହେଉଛି ଗୀତରେ ହ୍ରିତିକ ନିଜେ କୋରିଓଗ୍ରାଫି କରିଛନ୍ତି । ଏହି ଭିଡିଓରେ ଯେତେ ସବୁ ଡ୍ୟାନ୍ସର ହ୍ରିତିକଙ୍କ ପଛରେ ନାଚୁଛନ୍ତି ସମସ୍ତଙ୍କୁ ନିଜ ଡ୍ୟାନ୍ସିଂ ମୁଭ୍ସ ଜରିଆରେ ନଚେଇଛନ୍ତି ହ୍ରିତିକ ଏବଂ ନିଜେ ମଧ୍ୟ ଝୁମିଛନ୍ତି ।

ହ୍ରିତିକ ଏବଂ ଶଙ୍କର ମହାଦେବନଙ୍କ ଯୋଡି ଯେତେବେଳେ ବି ଏକାଠି ଆସେ ତାହା ଧମାଲ କରିଥାଏ । ହ୍ରିତିକଙ୍କ ପାଇଁ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି ଶଙ୍କର ମହାଦେବନ ।

Share

Leave a Reply

Your email address will not be published. Required fields are marked *

one + 11 =