ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ଏହି ଅଭିନେତା

ମୁମ୍ବାଇ()  ଅଭିନେତା ସଞ୍ଜୟ ଦତ୍ତ ବେଶ୍ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର ଆକ୍ଟିଙ୍ଗ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି। ନିଜ ବାୟୋପିକରେ ନ ହେଲା ନାହିଁ ହେଲେ ବଳିଉଡ୍ର ଏହି କଳାକାର ଭବିଷ୍ୟତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହା କହିଛନ୍ତି।

କିଛି ମଜାଳିଆ ପ୍ରଶ୍ନର ଉତ୍ତର ଦେବାବେଳେ ସଞ୍ଜୟ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମାନେ ସେତେବେଳେ ଯାହା ତାଙ୍କ ମନକୁ ଆସେ ତାହା କହି ଦିଅନ୍ତି। ତେଣୁ ଯଦି ସେ ଭବିଷ୍ୟତରେ କେବେ କାହା ବାୟୋପିକରେ ଅଭିନୟ କରିବାର ସୁଯୋଗ ମିଳିବ ତେବେ ସେ ଟ୍ରମ୍ପଙ୍କ ବାୟୋପିକକୁ ହିଁ ବାଛିବେ।

Share

Leave a Reply

Your email address will not be published. Required fields are marked *

two × 3 =