ସଲମାନ ଲଂଚ କରିବେ ଟିଭି ଚ୍ୟାନେଲ

ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ସକ୍ରିୟ ସଲମାନ୍ ଖାନ୍ । ସଲମାନ ଖୁବ୍ ଶୀଘ୍ର ତାଙ୍କର ନୂଆ ଟିଭି ଚ୍ୟାନେଲ୍ ଲଞ୍ଚ୍ କରିବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କୁ ଅନେକ କଣ୍ଟେଣ୍ଟ ଦରକାର। ଚର୍ଚ୍ଚା ହେଉଛି ଯେ, ସଲମାନ ନିଜ ବ୍ୟାନର SKTV ତଳେ ନିର୍ମିତ ‘ଦ କପିଲ ଶର୍ମା ଶୋ’କୁ ନିଜ ଚ୍ୟାନେଲକୁ ସିଫ୍ଟ କରିପାରନ୍ତି।
କେବଳ ଏତିକି ନୁହେଁ, ସଲମାନ୍ ଖାନ୍ ନିଜର ଫାଉଣ୍ଡେଶନ ‘Being Human’ ପରେ ଏବେ ‘Being Children’ ନାମରେ ଆଉ ଏକ ଫାଉଣ୍ଡେଶନ୍ ଖୋଲିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଫାଉଣ୍ଡେଶନ୍ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି।

ସଲମାନ କେବଳ ଫିଲ୍ମ ନୁହେଁ, ତାଙ୍କର ଚାରିଟି ପାଇଁ ମଧ୍ୟ ବେଶ୍ ଜଣା ଶୁଣା। ନିଜ ଆୟର ୯୦ ଭାଗ ଚାରିଟିକୁ ଦାନ ଦେଇ କରନ୍ତି ସେ। ସଲମାନ୍ ତାଙ୍କ ଫାଉଣ୍ଡେସନ୍ ‘ବିଙ୍ଗ୍ ହ୍ୟୁମାନ୍’ ଜରିଆରେ ଚାରିଟି କରି ଅନେକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଫାଉଣ୍ଡେସନ୍ ଅନେକ ଗାଁକୁ ପୋଷ୍ୟଭାବେ ଗ୍ରହଣ କରି ସେଠାରେ ବିକାଶମୂଳକ କାମ କରୁଛି। ସଲମାନ୍ କ୍ୟାନ୍ସର ପିଡ଼ୀତ ପିଲାମାନଙ୍କର ମାଗଣା ଚିକିତ୍ସା କରାନ୍ତି। ସୂଚନା ମୁତାବକ ପ୍ରତିଦିନ ଅନ୍ତତଃ ୫ଟି ଜୀବନ ବଞ୍ଚାଇଥାନ୍ତି ସଲମାନ୍ । ଖାସ୍ ସେଥିପାଇଁ ତ’ ତାଙ୍କୁ ‘ଏ ମ୍ୟାନ୍ ଉଇଥ୍ ଏ ଗୋଲଡେନ୍ ହାର୍ଟ’ କୁହାଯାଏ।

Share

Leave a Reply

Your email address will not be published. Required fields are marked *

15 + 7 =