ଏହି ଜିନିଷ ଦେଖିଲେ ନିଜକୁ ଅଟକାଇପାରନ୍ତି ନାହିଁ ସଲମାନ

ଗ୍ଲାମର୍ସ ଜଗତରେ ନିଜକୁ ଆକ୍ଟିଭ୍‌ ରଖିବା ପାଇଁ ଫିଲ୍ମ ଷ୍ଟାରର୍ସମାନେ ନିଜ ଖାଇବା ପିଇବା ଠାରୁ ଆରମ୍ଭ କରି ଦିନଚର୍ଯ୍ୟା ପର୍ଯ୍ୟନ୍ତ ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ତେବେ ଆକ୍ଟିଂ ଲାଇଫ୍‌କୁ ଗୁରୁତ୍ୱ ଦେଉଥିବା ଏହି ଷ୍ଟାରମାନେ ଛୁଟିରେ ଥିବା ବେଳେ କିନ୍ତୁ ନିଜ ମନମୁତାବକ ଜୀଇଁଥାନ୍ତି। ନିଜ ପସନ୍ଦର ଖାଦ୍ୟ ଖାଇଥାନ୍ତି।

ୟଙ୍ଗ୍‌ ସେନ୍‌ସେସନ୍‌ ସଲମାନ ଖାନ୍‌ ବଲିଉଡ୍‌ର ଭାଇଜାନ୍‌ ଭାବେ ଜଣାଶୁଣା। ୫୦ ବର୍ଷ ଟପିଥିଲେ ମଧ୍ୟ ସଲମାନ୍‌ ଆଜି ବି ୟଙ୍ଗ୍‌ ଦେଖାଯାଉଛନ୍ତି। ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସଲମାନ୍‌ କିନ୍ତୁ ବିରିୟାନୀ ଦେଖିଲେ ନିଜକୁ ଅଟକାଇପାରନ୍ତି ନାହିଁ। ସଲୁ ଭାଇଙ୍କ ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ମା’ସଲମାଙ୍କ ହାତ ରନ୍ଧା ବିରିୟାନୀ। ଏଥିସହ ସେ କବାବ ଓ ମୋଦକ ଖାଇବାକୁ ମଧ୍ୟ ସେ ବେଶ୍‌ ପସନ୍ଦ କରନ୍ତି।

Share

Leave a Reply

Your email address will not be published. Required fields are marked *

8 − three =