ପୁଣିଥରେ ବାପା ହେଲେ ଶାହିଦ୍ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ୍ କପୁର୍‌ଙ୍କ ପତ୍ନୀ ମୀରା ରାଜପୁତ୍‌ ଗତକାଲି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶାହିଦ୍‌ ଓ ମୀରାଙ୍କ ବିବାହ ୨୦୧୫ରେ ହୋଇଥିଲା ଏବଂ  ଶାହିଦ୍ ଓ ମୀରାଙ୍କର ଝିଅ ମୀଶା ଦୁଇ ବର୍ଷ ପୂର୍ବେ ଜନ୍ମ ନେଇଥିଲେ। ଗତକାଲି ସନ୍ଧ୍ୟାରେ ମୀରା ଡାକ୍ତରଖାନାରେ ଭର୍ତି ହୋଇଥିଲେ। ବିଳମ୍ବିତ ରାତିରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଥିପାଇଁ ଡାକ୍ତରଖାନା ବାହାରେ ମୀରାଙ୍କ ମା’ ବେଲା ରାଜପୁତ୍‌ ଓ ସାହିଦ୍‌ଙ୍କ ମା’ ନୀଲିମା ଅଜିମ୍ ଓ ତାଙ୍କ ଭାଇ ଈଶାନ୍‌ ଖଟ୍ଟର୍‌ଙ୍କୁ ଦେଖିବାକୁ ମିଳିଥିଲା। ଏଯାଏ ସାହିଦ୍‌ କିମ୍ବା ତାଙ୍କ ପରିବାରର କେହି ମଧ୍ୟ ନବଜାତ ଶିଶୁଟିର ପଟୋ ସୋଶାଲ୍‌ ମିଡିଆରେ ଶେୟାର୍‌ କରିନାହାନ୍ତି। କିନ୍ତୁ ସୋଶାଲ୍‌ ମିଡିଆରେ ବଲିଉଡ ଷ୍ଟାରମାନଙ୍କ ପକ୍ଷରୁ ଉଭୟ ସାହିଦ ଓ ମୀରାଙ୍କ ପାଇଁ ଶୁଭକାମନାର ସୁଅ ଛୁଟିଛି।

Share

Leave a Reply

Your email address will not be published. Required fields are marked *

19 + 14 =