ରେକର୍ଡ ଭାଙ୍ଗିଲା ସାହୋ

ମୁମ୍ବାଇ ()ବକ୍ସ ଅଫିସ୍ରେ ଧମାକା ପରେ ଧମାକା କରୁଛି ପ୍ରଭାସଙ୍କ ଆକ୍ସନ୍ ଡ୍ରାମା ‘ସାହୋ’।ପ୍ରଥମ ଦିନରେ ସାରା ଦେଶରେ ୧୦୦ କୋଟି ପାର କରିଥିବା ‘ସାହୋ’ ଏବେ ପ୍ରଥମ ୱିକ୍ଏଣ୍ଡରେ ସର୍ବଭାରତୀୟ ବକ୍ସ ଫିସ୍ କଲେକ୍ସନ୍ରେ ୨୦୦ କୋଟି ପାର୍ କରିଦେଇଛି। ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ ନୀତିନ୍ ମୁକେଶ, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ ଓ ଚଙ୍କି ପାଣ୍ଡେଙ୍କ ଭଳି ବଡ଼ ବଡ଼ କଳାକାର ଅଭିନୟ କରିଛନ୍ତି।

ସୂଚନା ଅନୁଯାୟୀ କେବଳ ହିନ୍ଦୀରେ ଏହା ପାଖାପାଖି ୮୦ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍ ଡଟ କମ୍ ମୁତାବକ ‘ସାହୋ(ହିନ୍ଦୀ)’ ଭର୍ସନ ପ୍ରଥମ ଦିନରେ ୨୪ କୋଟି, ଦ୍ୱିତୀୟ ଦିନରେ ୨୫ କୋଟି ଓ ତୃତୀୟ ଦିନରେ ୨୯ରୁ ୩୦ କୋଟି ଟଙ୍କା ଆୟ କରିଛି।

Share

Leave a Reply

Your email address will not be published. Required fields are marked *

14 − nine =