ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ ()  ସୋସିଆଲ ମିଡିଆର କ୍ବିନ ବନିଯାଇଥିବା ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଋଷିକେଶ ମଣ୍ଡଳ ତାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ। ଚଳିତ ସେପ୍ଟେମ୍ବର ମାସରେ ତାଙ୍କ ଉପରେ ଆଧାରତି ଫିଲ୍ମ ସୁଟିଂ କରାଯିବ କଥା ସାମ୍ନାକୁ ଆସିଛି। ଏହି ଫିଲ୍ମରେ ରାନୁ ମଣ୍ଡଳ ଓ ସିଦ୍ଧାର୍ଥ ରାୟଙ୍କୁ କଣ୍ଠଶିଳ୍ପୀ ଭାବେ ନିଆଯାଇଛି।

ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ ଭଡିଓକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ନିଜ ଫେସବୁକ୍ରେ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ରାତାରାତି ରାନୁଙ୍କୁ ଷ୍ଟାର କରି ଦେଇଥିଲା। ଯାହା ପାଇଁ ରାନୁ ଷ୍ଟାର ବନିଗଲେ ତାଙ୍କୁ ସେ ଏପର୍ୟ୍ୟନ୍ତ ସେ ଭୁଲି ନାହାନ୍ତି। ଏବେ ରାନୁଙ୍କ ମ୍ୟାନେଜର ଭାବେ କାର୍ୟ୍ୟ କରୁଛନ୍ତି ଅତିନ୍ଦ୍ର ଚକ୍ରବର୍ତ୍ତୀ। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦରମା ତାଙ୍କୁ ମଧ୍ୟ ରାନୁ ଦେଉଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − three =