ନଭେମ୍ବରରେ ବିବାହ କରିବେ ରଣବୀର ଓ ଦୀପିକା

ମୁମ୍ବାଇ:  ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବେ।ଫିଲ୍ମ ଫେୟାର୍ସ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଦୁହେଁ ଆସନ୍ତା ନଭେମ୍ବରରେ ପରସ୍ପରଙ୍କୁ ବରଣମାଳା ପିନ୍ଧାଇବେ।ପୂର୍ବରୁ ସୂଚନା ମିଳିଥିଲା ଯେ ଦୁହେଁ ନଭେମ୍ବର ୧୦ରେ ବିବାହ କରିବେ। ଏବେ କିନ୍ତୁ ଏହି ତାରିଖ ଘୁଞ୍ଚି ଯାଇଛି। ପରବର୍ତ୍ତିତ ସୂଚନା ଅନୁସାରେ, ୧୦ ନୁହେଁ, ବରଂ ନଭେମ୍ବର ୨୦ ହେଉଛି ବିବାହ ତାରିଖ।ସୂତ୍ର ଅନୁସାରେ, ଦୁହେଁ ଡେଷ୍ଟିନେସନ୍‌ ୱେଡିଂ କରିବେ।  ଆଉ ଏହି ଚର୍ଚ୍ଚିତ ବିବାହ ଇଟାଲିର ‘ଲେକ୍‌ କୋମା’ ରେ ହେବ। ଏହି ବିବାହରେ ମାତ୍ର ୩୦ ଜଣ ଅତିଥି ସାମିଲ୍ ହେବେ। ଦୀପିକା ଓ ରଣବୀରଙ୍କ ବାହାଘର ସୂଚନା ଶୁଣି ଅଭିନେତା ଓ ସହକଳାକାର ମାନେ ଦୁଇ ଲଭ୍ କପଲ୍‌ଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

 

Share

Leave a Reply

Your email address will not be published. Required fields are marked *

2 × 5 =