ରାଜୁ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର()  ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ଘଟିଛିି । ୭୨ ବର୍ଷ ବସୟେରେ ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି । ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର ।

ତେବେ ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି । ମମତା ମାଗେ ମୂଲ, ପୁଅ ମୋର କଳା ଠାକୁର, ସତ ମିଛ, ଉଲକା, ସାଗର ଗଙ୍ଗା, ପଥର ଖସୁଛି ବଡ ଦେଉଳୁ ଇତ୍ୟାଦିର ନିର୍ଦ୍ଦେଶନା ଦେଇଛନ୍ତି । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ ରାଜୁ ।

Share

Leave a Reply

Your email address will not be published. Required fields are marked *

eleven + seventeen =