ନୂଆବର୍ଷରେ ବିବାହ କରିବେ ଏହି ଅଭିନେତା

ମୁମ୍ବାଇ()  ସାଉଥ୍ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍ କି ଧଡକନ୍ ପାଲଟି ଯାଇଛନ୍ତି। ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି।

ନୂଆବର୍ଷରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ପ୍ରଭାସଙ୍କର ଜଣେ ଆଣ୍ଟି ଶ୍ୟାମଳାଦେବୀ ନିକଟରେ କହିଛନ୍ତି ପ୍ରଭାସଙ୍କ ବିବାହ ଖୁବ୍ଶୀଘ୍ର ହୋଇପାରେ। ତେବେ ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଜାନ୍’ ରିଲିଜ୍ ହେବା ପରେ ପ୍ରଭାସ ବିବାହ କରିବେ ବୋଲି କୁହାଯାଉଛି।

କିନ୍ତୁ ଶ୍ୟାମଳାଦେବୀ କହିଛନ୍ତି, ଆମର ବଡ ପରିବାର ହୋଇଥିବାରୁ ଆମେ ଏମିତି ଏକ ଝିଅ ଖୋଜୁଛୁ ଯିଏ ଆମ ପରିବାର ସହ ଭଲଭାବେ ମିଳିମିଶି ଚଳିପାରିବ। ବେଶ୍ କିଛିଦିନ ହେବ ଚର୍ଚ୍ଚା ହେଉଥିଲା କି ପ୍ରଭାସ ନାୟିକା ଅନୁଷ୍କା ସେଟ୍ଟୀଙ୍କୁ ଡେଟିଂ କରୁଛନ୍ତି ଓ ତାଙ୍କୁ ବିବାହ କରିବେ।

ଆଲୋଚନା ହେଉଥିଲା କି ଅନୁଷ୍କା-ପ୍ରଭାସଙ୍କ ବିବାହ ‘ଶାହୋ’ ଫିଲ୍ମ ରିଲିଜ୍ ପରେ ହେବ।

 

Share

Leave a Reply

Your email address will not be published. Required fields are marked *

1 × 3 =