ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ବର()  ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ । ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସିନେମାରେ କାମ କରିବାକୁ କହି ଡାକି ଧମକ ଦେବା ସହ ପିଣ୍ଟୁ ଗାଳି ଗୁଲଜ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି ।

ଅନ୍ଯପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପିଣ୍ଟୁ। ସେ କହିଛନ୍ତି ଦୁର୍ବ୍ୟବହାର ଦୁରର କଥା ସେ ଉକ୍ତ ଯୁବତୀ ଜଣଙ୍କୁ ଚିହ୍ନି ନାହାନ୍ତି କି କେବେ କଥାବାର୍ତ୍ତା ହୋଇନାହାନ୍ତି। ତେବେ ଘଟଣାର ସତ୍ଯାସତ୍ଯ ନେଇ ପୋଲିସ୍ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

ten − 8 =