ପୁଣି ବିବାଦରେ ପପୁ

ଭୁବନେଶ୍ୱର()  ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପୋଷ୍ଟରରେ ବିବାଦୀୟ ହୋଇପଡିଥିବା ପପୁ ପମପମ ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଫସିବାରେ ଲାଗିଛନ୍ତି । ପୋଲିସ ତଦନ୍ତର ସମ୍ମୁଖିନ ହେବାକୁ ଯାଉଥିବା ପପୁ ପମପମ ଏବେ ପୁଣି ଆଥଲେଟ ଦୂତି ଚାନ୍ଦଙ୍କ ପକ୍ଷରୁ ଏକ ମାନହାନି ମକଦମାର ମଧ୍ୟ ସମ୍ମୁଖୀନ ହେବାକୁ ଯାଉଛନ୍ତି । ପପୁଙ୍କ ପୋଷ୍ଟର ପ୍ରକାଶିତ ହେବା ପରେ ତାକୁ ନେଇ ଦୂତି ପ୍ରତିକି୍ରୟା ଦେଇଥିଲେ ତାଙ୍କର ଏହି ପ୍ରତିକି୍ରୟା ପପୁଙ୍କର ହଜମ ହେଲାନାହିଁ । ଏହାପରେ ପପୁଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ କି ପପୁ ଦୂତିଙ୍କ ସମ୍ପର୍କରେ କିଛି କଡା ମନ୍ତବ୍ୟ ଦେଇଛନ୍ତି । ଆଉ ସେହି ମନ୍ତବ୍ୟରେ ଦୂତି ଭୀଷଣ ମର୍ମାହତ ହୋଇଛନ୍ତି । ଏଥିରେ ସେ ମାନସିକ ଆଘାତ ପାଇଛନ୍ତି । ତେଣୁ ଦୂତି ପପୁ ପମପମଙ୍କୁ କୋର୍ଟକୁ ଟାଣିବା ପାଇଁ ଧମକ ଦେଇଛନ୍ତି ।

ଏହା ମଧ୍ୟରେ ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ସାରା ରାଜ୍ୟରେ ମୁଣ୍ଡ ଟେକିଥିବା ବିବାଦର ତଦନ୍ତ ଆରମ୍ଭ କରିଛି ପୋଲିସ ଏବଂ ପ୍ରଡକସନ ହାଉସ ଉପରେ ମଧ୍ୟ ନୋଟିସ ଜାରି କରିଛି । ପପୁ ମଧ୍ୟ ଖୁବ ଶୀଘ୍ର ଏଭଳି ପୋଲିସ ନୋଟିସ ପାଇବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

15 − eight =