ପାକିସ୍ତାନରେ ବଲିଉଡ୍ ଫିଲ୍ମ ବହିଷ୍କାର

ମଙ୍ଗଳବାର ସକାଳେ ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପରେ ହମ୍ଲା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଏହି ଆକ୍ରମଣ ପରେ ପାକିସ୍ତାନ ଭାରତୀୟ ଫିଲ୍ମକୁ ରିଲିଜ୍ କରିବା ଉପରେ ବ୍ୟାନ୍ ଲଗାଇଛି ।

ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ହୁସେନ କହିଛନ୍ତି, ସିନେମା ଏକ୍ଜିବିଟର ଆସୋସିଏସନ୍ ଭାରତୀୟ କଣ୍ଟେଣ୍ଟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ଯଦ୍ଦ୍ୱାରା ପାକିସ୍ତାନରେ ଏବେ କୌଣସି ଭାରତୀୟ ଫିଲ୍ମ ରିଲିଜ୍ ହେବ ନାହିଁ। ଏହାବ୍ୟତୀତ ଭାରତରେ ପ୍ରସ୍ତୁତ ବିଜ୍ଞାପନ ଉପରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five + four =