ଟ୍ରାଫିକ ଆଇନର ଉଲଂଘନ କରୁଛନ୍ତି ହ୍ୟୁମାନ ସାଗର

ବଲାଙ୍ଗିର () ଟ୍ରାଫିକ ଆଇନ ନେଇ ଗୋଟେପଟେ ପୋଲିସ ବ୍ୟାପକ ସଚେତନତା ସୃଷ୍ଟି କରୁଥିବା ବେଳେ ବିଶିଷ୍ଟ ବ୍ୟକ୍ତିମାନେ ଖୋଲାଖୋଲି ଆଇନକୁ ଫୁ କରିଦେଉଛନ୍ତି । ଓଲିଉଡର ବର୍ତ୍ତମାନ ନୂଆ ସେନସେସନ ସୃଷ୍ଟି କରିଥିବା ସିଙ୍ଗର ହ୍ୟୁମାନ ସାଗର ଟ୍ରାଫିକ ଆଇନକୁ ଉଲଂଘନ କରିଥିବା ଏକ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଏକ ବାଇକରେ ବସିଛନ୍ତି । ବାଇକ ଚାଳକ ହେଲମେଟ ପିନ୍ଧିଥିବା ବେଳେ ହ୍ୟୁମାନ ମଝିରେ ଏବଂ ତାଙ୍କ ପଛରେ ଆଉ ଜଣେ ବସିଛନ୍ତି । ଗୋଟିଏ ଦୁଇ ଚକିଆ ଯାନରେ ତିନିଜଣ ବସିବା ଆଇନର ବିରୁଦ୍ଧାଚାରଣ କରୁଛି । ହେଲେ ହ୍ୟୁମାନ ସାଗର ଏହାରୁ ଖୋଲାଖୋଲି ଉଲଂଘନ କରି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଯାତ୍ରା କରୁଛନ୍ତି । ପ୍ରତିଷ୍ଠିତ ବ୍ୟକ୍ତିମାନେ ଯଦି ଏଭଳି ଆଇନର ଉଲଂଘନ କରିବେ ସାଧାରଣ ଲୋକଙ୍କୁ ସଚେତନ କରିବେ କିଏ ।

Share

Leave a Reply

Your email address will not be published. Required fields are marked *

five × 1 =