ଆଇନର ସାହାରା ନେବେ ଅଭିନେତ୍ରୀ ଏଲସା

ଓଲିଉଡରେ ଅଭିନେତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ନିର୍ୟାତନା ମାମଲା ଜଟିଳ ହେବାରେ ଲାଗିଛି । ଏ ନେଇ ଆଇନର ଆଶ୍ରୟ ନେବେ ତୁ ମୋ ସୁନାଚଢେଇର ଅଭିନେତ୍ରୀ ଏଲସା ଘୋଷ । କୋର୍ଟ ଯିବାକୁ ସେ ଓକିଲଙ୍କ ସହ ପରାମର୍ଶ ଚଳାଇଛନ୍ତି । ସେ ଦୋହରାଇଛନ୍ତିଷ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ମାନସିକ ନିର୍ୟାତନା ଦେଇଛନ୍ତି । ବୁଧବାରଦିନ ଏକ ହୋଟେଲରେ ଅଡିଓ ରିଲିଜ ବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ମାନସିକ ନିର୍ୟାତନା ଦେଉଥିବା ନେଇ ନାୟିକା ଏଲଶା ଘୋଷ ଅଭିଯୋଗ ଆଣିଥିଲେ . ଏପରିକି ହୋଟେଲରେ ନାୟିକା ଓ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଥିଲେ । ଏପରିକି ଘଟଣା ହାତାହାତି ଯାଏଁ ଯାଇଥିଲା । ହୋଟେଲରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଥିଲା । ପରେ ଦିଲ୍ଲୀପ ପଣ୍ଡା ଏଭଳି ନିର୍ୟାତନା ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାପରେ ସଂପୃକ୍ତ ଫିଲ୍ମର ଅଭିନେତ୍ରୀ ଏଲସା ଆଇନର ଆଶ୍ରୟ ନେବାକୁ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 1 =