ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପ୍ରେମ କୁମାର’ର ଅଡିଓ

ଭୁବନେଶ୍ୱର: ଦଶହରାରେ ପରଦାକୁ ଆସିବାକୁ ଥିବା ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନର୍‌ରେ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରେମ କୁମାର’ର ଅଡିଓ ରିଲିଜ୍ କରାଯାଇଛି ।  ଭୁବନେଶ୍ୱର ଏସ୍‌ପ୍ଲାନେଡ ୱାନ୍ ମଲ୍‌ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍ କରାଯାଇଛି। ଅଡିଓ ରିଲିଜ୍‌ ବେଳେ ଫିଲ୍ମର ପୂରା ୟୁନିଟ୍ ଉପସ୍ଥିତ ଥିଲେ।ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ ଦେଇଥିବା ବେଳେ  ଫିଲ୍ମରେ ୬ଟି ଗୀତ ରହିଛି।  ଗୀତଗୁଡ଼ିକୁ ଋତୁରାଜ ମହାନ୍ତି, ଆଶୁତୋଷ ମହାନ୍ତି, ସତ୍ୟଜିତ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ଏବଂ ଲୋପାମୁଦ୍ରା ଗାଇବା ସବ ଦେବୀଦତ୍ତ ମହାନ୍ତି, ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଗୀତଗୁଡ଼ିକୁ ଲେଖିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ତାପସ ସରଘରିଆ ଅଛନ୍ତି ।ଫିଲ୍ମର ଲିଡ୍‌ ରୋଲ୍‌ରେ ଅଛନ୍ତି ସୁପରଷ୍ଟାର ଅନୁଭବଙ୍କ ସହ ଦୁଇ ଜଣ ନାୟିକା ତମନ୍ନା ଓ ଶିବାନୀ। ଏହା ସହିତ କୁନା ତ୍ରିପାଠୀ, ମନୋଜ ମିଶ୍ର ଓ ପ୍ରଦ୍ୟୁମ୍ନ ଲେଙ୍କା ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

 

Share

Leave a Reply

Your email address will not be published. Required fields are marked *

fifteen + 19 =