ମେ ୧୯ପୂର୍ବରୁ ମୋଦୀଙ୍କ ବାୟୋପିକ୍ ରିଲିଜ୍ ହେବନି

ମେ ୧୯ପୂର୍ବରୁ ରିଲିଜ୍ ହୋଇ ପାରିବ ନାହିଁ ମୋଦୀଙ୍କ ବାୟୋପିକ୍ । ଏ କଥା ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ନିର୍ବାଚନ କମିସନ । ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିପକ୍ଷ ଦଳ ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏହାର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ । ଯାହା ପରେ ଫିଲ୍ମର ନିର୍ମାତା ସୁପ୍ରିମ୍ କୋର୍ଟର ଦ୍ୱାରସ୍ତ ହୋଇ ରିଲିଜ୍ର ଅନୁମତି ମାଗିଥିଲେ । ସୁପ୍ରିମ କୋର୍ଟ ପ୍ରଥମେ ଫିଲ୍ମ ଦେଖିବା ପରେ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ଆଉ ଥରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଇଥିଲେ ।

ସୁପ୍ରିମ୍ କୋର୍ଟର ଆଦେଶ ପରେ ଫିଲ୍ମ ଦେଖି ନିଜର ନିଷ୍ପତ୍ତି ଏକ ବନ୍ଦ ଲଫାଫାରେ ଜଣାଇଥିଲେ ନିର୍ବାଚନ କମିସନ । ଏପ୍ରିଲ ୨୨ରେ ନିର୍ବାଚନ କମିସନ ନିଜର ନିଷ୍ପତ୍ତି ଶୁଣାଇଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଫିଲ୍ମ ଦେଖିବା ପରେ ମଧ୍ୟ ନିର୍ବାଚନ କମିସନ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + 17 =