ବ୍ରେକଅପ୍ ପରେ ନେହାଙ୍କ ପ୍ରେମ ନିବେଦନ ପୁରା କଥା ପଢନ୍ତୁ…

ନିଜ ବ୍ରେକଅପ୍ ଖବର ପାଇଁ ଏବେ ଚର୍ଚ୍ଚାରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ୍ । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ନିଜ ବ୍ରେକଅପ୍ ଖବର ନେଇ ଜଣାଇଥିଲେ ନେହା । କିଛି ଦୁଃଖ ଭରା ପୋଷ୍ଟ ମଧ୍ୟ ସେୟାର୍ କରିଥିଲେ । ଏହା ସହ ରିୟଲିଟି ସୋରେ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଥିଲେ ମଧ୍ୟ ।
ଏହା ମଧ୍ୟରେ ନେହାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ବଲିଉଡର ଚକଲେଟ୍ ବୟ ରଣବୀର କପୁରଙ୍କୁ ନେହା କରୁଛନ୍ତି ପ୍ରେମ ନିବେଦନ । ଭିଡିଓରେ ଦେଖିବାକୁ ମିଳୁଛି ରଣବୀରଙ୍କୁ ନେହା କହୁଛନ୍ତି, ମୁଁ ସତରେ ଆପଣଙ୍କୁ ପସନ୍ଦ କରୁଛି । ମୁଁ ସେହି ଝିଅମାନଙ୍କ ମଧ୍ୟରୁ ଜଣେ ଯିଏ ସାମ୍ନାରୁ କିଛି କହିପାରନ୍ତିନି । ବୋଧେ ମୁଁ ଏକଥା କେବେ କହିପାରନଥାନ୍ତି , କିନ୍ତୁ ଆଜି ଏଠି ଜଣେ ବେୱଫା ଅଛି ଯିଏ ମତେ ସତ କହିବାକୁ ବାଧ୍ୟ କରିଦେଲା । କଣ ଆପଣ ମୋ ସହ ଡ୍ୟାନ୍ସ କରିବେ । ଆଉ ଏହି କଥା ଶୁଣି ନେହାଙ୍କୁ ରଣବୀର୍ କୋଳରେ ଧରି ଡ୍ୟାନ୍ସ କରୁଛନ୍ତି ।
ତେବେ ଏହି ଘଟଣାଟି ହେଉଛି ସିଙ୍ଗିଙ୍ଗ୍ ରିୟଲିଟି ସୋ ଲିଟିଲ୍ ଚାମ୍ପ୍ସର ସୁଟିଂ ସେଟର । ଯେଉଁଥିରେ ଜଜ୍ ଅଛନ୍ତି ନେହା ଏବଂ କ୍ୟାଟରୀନାଙ୍କ ସହ ରଣବୀର ନିଜ ଫିଲ୍ମର ପ୍ରମୋସନ୍ ପାଇଁ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

one − 1 =