ନେହା-ହିମାଂଶଙ୍କ ବ୍ରେକଅପ୍

ଲୋକପ୍ରିୟ ଗାୟିକା ନେହା କକ୍କର୍ ଓ ଅଭିନେତା ହିମାଂଶ୍ କୋହଲିଙ୍କ ବ୍ରେକଅପ୍ ।କେବଳ ପରଦାରେ ନୁହେଁ, ପରଦା ବାହାରେ ମଧ୍ୟ ଦୁହିଁଙ୍କର ପ୍ରେମକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ବାହାରକୁ ଦୁହେଁ କେବଳ ସାଙ୍ଗ ବୋଲି କହିଲେ ମଧ୍ୟ ଉଭୟଙ୍କ ପ୍ରେମକାହାଣୀ କାହାକୁ ଅଛପା ନାହିଁ। ଉଭୟଙ୍କ ମଧ୍ୟରେ ଥିବା ସ୍ନେହ ଓ ପ୍ରେମ ଅନେକ ଇଣ୍ଟର୍ଭ୍ୟୁ ସୋଶାଲ ମିଡିଆ ପୋଷ୍ଟରେ ସିଧାସଳଖ ଜଣାପଡ଼ିଥାଏ। ତେବେ ମିଳିଥିବା ସୂଚନା ଅନୁସାରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଦୁହେଁ ଦୁହିଁଙ୍କୁ ସୋଶାଲ୍ ମିଡିଆ ସାଇଟ୍ ଇନ୍ଷ୍ଟାଗ୍ରାମ୍ରୁ ଅନ୍ଫଲୋ କରିଛନ୍ତି। କେବଳ ଏତିକି ନୁହେଁ ନେହା ପୂର୍ବରୁ ପୋଷ୍ଟ କରିଥିବା କିଛି ଫଟୋ ଓ ଭିଡିଓ ମଧ୍ୟ ଡିଲିଟ୍ କରିଛନ୍ତି। କିନ୍ତୁ ହିମାଂଶ୍ ତାଙ୍କ ଆକାଉଣ୍ଟ୍ରେ ଥିବା ସମସ୍ତ ଫଟୋ ଓ ଭିଡିଓକୁ ସାଇତି ରଖିଛନ୍ତି।
ପୂର୍ବରୁ ନେହା ଓ ହିମାଂଶ୍ଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେବେ ସ୍ୱୀକାର କରି ନ ଥିଲେ। କିନ୍ତୁ ବିଭିନ୍ନ କାର୍ୟ୍ୟକ୍ରମରେ ଦୁହିଁଙ୍କୁ ଏକାଠି ଦେଖିବବାକୁ ମିଳୁଥିଲା । ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା କଥା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏକଥାକୁ ନେହା କକ୍କର୍- ହିମାଂଶ୍ଙ୍କ ଜଣେ ବନ୍ଧୁ ଦିବ୍ୟା କୋଶଲା ସୋଶାଲ୍ ମିଡିଆରେ ପ୍ରଘଟ କରିଥିଲେ। ନଭେମ୍ୱର ୭ରେ ମଧ୍ୟ ନେହା ଓ ହିମାଂଶ୍ ସେମାନଙ୍କ ଦୀପାବଳି ଫଟୋ ସେୟାର୍ କରିଥିଲେ। ତେବେ କାହିଁକି ନେହା ଓ ହିମାଂଶ ଦୁହେଁ ଦୁହିଁଙ୍କୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରୁ ଅନ୍ଫଲୋ କରିଛନ୍ତି, ତାହା ଏ ପର୍ୟ୍ୟନ୍ତ ଜଣାପଡ଼ିନାହିଁ। କୁହାଯାଉଛି ଉଭୟଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର କିମ୍ବା ମତାନ୍ତର ହୋଇଥାଇପାରେ।

Share

Leave a Reply

Your email address will not be published. Required fields are marked *

sixteen + 7 =