ଏନସିବି ଚାର୍ଜସିଟରେ ରିୟାଙ୍କ ସମେତ ୩୩ ଅଭିଯୁକ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଏନସିବିର ମୁମ୍ବାଇ ୟୁନିଟ୍ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛନ୍ତି। ଏନସିବି ଦାଖଲ କରିଥିବା ଏହି ୩୦ ହଜାର ପୃଷ୍ଟାର ଚାର୍ଜସିଟରେ ଦିପୀକା ପାଦୋକନ୍, ସାରାଅଲ୍ଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କ ବୟାନ ବି ଯୋଡା ହୋଇଛି । ଚାର୍ଜସିଟରେ ୫ ଜଣ ଅଭିଯୁକ୍ତ ଫେରାର୍ ଥିବା କଥା ବି କୁହାଯାଇଛି । ଏହାସହ ଚାର୍ଜସିଟ୍ ମୁତାବକ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନେଇଛି ଏନସିବି ।

ଏହି ମାମଲାରେ ଜବତ ହୋଇଥିବା ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଚାର୍ଜସିଟ୍ ସହ ୫୦ ହଜାର ପୃଷ୍ଟାର ଡିଜିଟାଲ ପ୍ରମାଣ ବି ଯୋଡା ଯାଇଛି । ଚାର୍ଜସିଟରେ ପାଖା ପାଖି ୨୦୦ ସାକ୍ଷୀଙ୍କ ବୟାନ ରହିଛି । ତେବେ ମୋଟ ୩୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଫେରାର୍ ଥିବା ବେଳେ ଅନ୍ୟ ୩୩ ଜଣଙ୍କୁ ଗିରଫ୍ କରିସାରିଛି ଏନସିବି । ଗିରଫ୍ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଛାଡି ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତଙ୍କ ସହ ଅନେକ ଡ୍ରଗ୍ସ ବ୍ୟବସାୟର ସାମିଲ ଅଛନ୍ତି ।

ଗତ ଜୁନ ମାସରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଫ୍ଲାଟରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ବୋଲି କୁହାଯାଇଥିଲା। କିନ୍ତୁ ସୁଶାନ୍ତଙ୍କ ପରିବାରର ଅଭିଯୋଗ ପରେ ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା। ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଯାଞ୍ଚ ପାଇଁ ବିହାର ପୋଲିସ ଟିମକୁ ମୁମ୍ବାଇ ପଠାଇଥିଲେ।ଏହି ମାମଲାକୁ ଡ୍ରଗ୍ସ ଏଙ୍ଗଲରୁ ଯାଞ୍ଚ କରିବା ପରେ ଅନେକ ଅଭିନେତା, ଅଭିନେତ୍ରୀ ଓ ସେଲିବ୍ରିଟି ଏନସିବି ହାତରେ ପଡ଼ିଥିଲେ। ଅନେକ ସେଲିବ୍ରିଟିଙ୍କ ଘରେ ଏନସିବି ଚଢ଼ଉ କରିଥିଲା। ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନେକଙ୍କୁ ଜେଲ ବି ହୋଇଥିଲା। କିଛି ଡ୍ରଗ୍ସ ପେଡଲର ଏବେ ବି ଜେଲରେ ବନ୍ଦ ଅଛନ୍ତି।

ସୁବର୍ଣ୍ଣପୁର: କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା ଆଉ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା ନବଧୂର ମୃତଦେହ ।ବରଯାତ୍ରୀ ଆସିଥିଲେ, ଭୋଜି ଭାତ ବି ହୋଇଥିବା । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ରୋଜିଙ୍କ ବାହାଘର କରିଥିଲେ । ହେଲେ ରୋଜି ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଯାଇଛି ତାଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝୁଲୁଣ୍ଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

Share

Leave a Reply

Your email address will not be published. Required fields are marked *

three × 1 =