ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ବଲିଉଡ୍ ଆକ୍ଟ୍ରେସ୍ ମୋନା ସିଂ। ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍ ଇଣ୍ଡିଆର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି।

ଏବେ ବିବାହ ବେଳର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ଲାଲ ରଙ୍ଗର ଲେହେଙ୍ଗା ସାଙ୍ଗକୁ ହେଭି ଜୁଏଲରୀ ମୋନାଙ୍କୁ ଖୁବ୍ ମାନୁଛି। ଅଳ୍ପ କେତେଜଣ ଅତିଥିଙ୍କ ଗହଣରେ ଏହି ବିବାହ ସମ୍ପନ୍ନ ହୋଇଛି।

ଟେଲିଭିଜନ ସିରିଏଲରେ ଖୁବ୍ ନାଁ କରିଥିବା ମୋନା ବିବାହ ପୂର୍ବରୁ ଟେଲିଭିଜନ କଳାକାର କରଣ ଓବରୟ ଓ କମାଣ୍ଡୋ ଆକ୍ଟର ବିଦ୍ୟୁତ ଜାନଓ୍ବାଲାଙ୍କ ସହ ରିଲେସନ୍ଶିପରେ ଥିଲେ ବୋଲି କୁହାଯାଏ।

Share

Leave a Reply

Your email address will not be published. Required fields are marked *

fourteen − five =